ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ କାର୍ଯ୍ୟାଳୟ ଆଗରେ ଥିବା ଭଙ୍ଗା ତେଢା ମେଢା ଲୁହ ଗ୍ରାଉଣ୍ଡ ପାଇପ ର ମରାମତି ସମ୍ପୂର୍ଣ୍ଣ ହୋଇଛି ! ଆଉ ବ୍ଲକ ଭିତରକୁ ଯିବା ସମୟରେ କେହି ଝୁଣ୍ଟିବେ ନାହିଁ ! ଦୀର୍ଘ ବର୍ଷ ଧରି ଏପରି କଦର୍ଯ୍ୟ ଅବସ୍ଥାରେ ପଡି ରହିଥିଲା ମୁଖ୍ୟ ଗେଟ , ବହୁ ଲୋକ ଖାଲରେ ପଡି ଖଣ୍ଡିଆ ଖାବରା ହେବା ସହିତ , ଅଧିକାରୀଙ୍କୁ ଅଭିଯୋଗ ମଧ୍ୟ କରିଥିଲେ ! ତେବେ ଉକ୍ତ ଭଙ୍ଗା ଅଂଶ କୁ ମରାମତି କରିବା ପାଇଁ ଯୋଜନା କରାଯାଇଥିଲେ ସୁଦ୍ଧା କାର୍ଯ୍ୟାଳୟ ଖୋଲା ରହୁଥିବାରୁ ତାହା ବିଳମ୍ବ ହେଲା ବୋଲି ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ ପ୍ରକାଶ କରିଛନ୍ତି ! ଆଜି ଠାରୁ ରଜ ଛୁଟି ଆରମ୍ଭ ହେଉ ହେଉ ତାହାକୁ ତୁରନ୍ତ ମରାମତି କରାଯାଇଛି !

