ରଜ ମହୋତ୍ସବ ୨୦୨୬ ରେ ସମ୍ବର୍ଦ୍ଧିତ ହେଲେ ମହିଳା ସାମ୍ବାଦିକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରଜ ମହୋତ୍ସବ ୨୦୨୬ ରେ ସମ୍ବର୍ଦ୍ଧିତ ହେଲେ ମହିଳା ସାମ୍ବାଦିକ ! ଗଜପତି ଜିଲ୍ଲା କାଶୀନଗର ବ୍ଲକର ବିଜୁ କଲ୍ୟାଣ ମଣ୍ଡପ ଠାରେ ଫେଷ୍ଟିଭାଲ ଫାଉଣ୍ଡେସନ ଅଫ ଓଡିଶା ପକ୍ଷରୁ ହୋଇଥିବା ରଜ ମହୋତ୍ସବ ୨୦୨୬ରେ ଗଜପତି ଜିଲ୍ଳାର ଏକମାତ୍ର କାର୍ଯ୍ୟରତ ସାମ୍ବାଦିକା ରେଣୁବାଳା ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ , ଫେଷ୍ଟିଭାଲ ଫାଉଣ୍ଡେ ଅଫ ଓଡିଶାର ସଂପାଦକ ଚିତ୍ତ ରଞ୍ଜନ ପଟ୍ଟନାୟକ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାୟାମ୍ମା, କାଉନସିଲ୍ କେ ରାମାରାଓ , ଅଧ୍ୟାପକ କେ ବିଜୟ କୁମାର ପ୍ରମୁଖ ମଞ୍ଚାସିନ ଥିଲେ । ସେ ଜଣେ ଦକ୍ଷ ସାହସୀ ସାମ୍ବାଦିକା ଏବଂ ସମସ୍ୟାକୁ ଉପସ୍ଥାପନ କରି ଜିଲ୍ଲା ପ୍ରଶାସନ କିମ୍ବା ସରକାରଙ୍କୁ ତାଙ୍କ ଖବର କାଗଜରେ ପ୍ରସାରଣ କରି ପାରିଛନ୍ତି । ସମାଜରେ ଦିଗଦର୍ଶକ ହୋଇ ପାରିଛନ୍ତି । ଜିଲ୍ଲାରେ ଏକମାତ୍ର କାର୍ଯ୍ୟରତ ମହିଳା ସାମ୍ବାଦିକା ହୋଇଥିବାରୁ ତାଙ୍କୁ ପୁଷ୍ପଗୁଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି !

Leave a Reply

Your email address will not be published. Required fields are marked *