ଜିଲ୍ଲାସ୍ତରୀୟ ପିଏମ୍ କିଷାନ ଉତ୍ସବ ଦିବସ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ସମ୍ମିଳନୀ କକ୍ଷ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ପିଏମ୍ କିଷାନ ଉତ୍ସବ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ମୁନିନ୍ଦ୍ର ହାନନାଗା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏମ ପ୍ରକାଶ ରାଓ, କୃଷି ଜିଲ୍ଲା ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ ରବୀନ୍ଦ୍ର କୁମାର ଆଡ଼େକ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ପ୍ରମୁଖ ଯୋଗ ଦେଇଥିଲେ । ସରକାରଙ୍କ ସମସ୍ତ ଜନହିତକାରୀ ଯୋଜନାର ଲାଭ ଉଠାଇବା, ଆଧୁନିକ କୃଷି ପ୍ରଣାଳୀ ସମ୍ପର୍କରେ ଅବଗତ ହେବା ପାଇଁ ଚାଷୀମାନଙ୍କୁ ଆହ୍ଵାନ କରିଥିଲେ । ଏହି ଅବସରରେ ଗଜପତି ଜିଲ୍ଲାର 42 ହଜାର ରୁ ଉର୍ଦ୍ଧ୍ବ ଚାଷୀ ଭାଇ ଭଉଣୀ ଙ୍କୁ 23 ତମ କିସ୍ତି ରେ 8 କୋଟି ହସ୍ତାନ୍ତର କରାଯାଇଛି । ବର୍ତ୍ତମାନ ଖରିଫ ଋତୁ ଚାଷ ସକାଶେ ସରକାରଙ୍କ ତରଫରୁ ଚାଷୀ ମାନଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ଚାଷୀଏହି ସହାୟତା ରାଶି ନିଜର ଚାଷ କାର୍ଯ୍ୟରେ ବିନିଯୋଗ କରିବେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକ୍ କୃଷି ଅଧିକାରୀ, ଗ୍ରାମ୍ୟ କୃଷି କର୍ମଚାରୀ , କୃଷକ ସାଥୀ ଏବଂ କୃଷି ଓ ଆନୁଷଙ୍ଗିକ ଅଧିକାରୀ ଓ କର୍ମଚାରୀ ମାନଙ୍କ ସମେତ ବହୁ ସଂଖ୍ୟାରେ ଚାଷୀ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ !

Leave a Reply

Your email address will not be published. Required fields are marked *