କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ଜିଲ୍ଲା ସଦର ମହକୁମା ସଦଭାବନା ଗୃହ ଠାରେ ଜିଲ୍ଲା ସ୍ତରୀୟ ଦିଶା ମିଟିଂ ଅନୁଷ୍ଠିତ ହୋଇଥିଲା l ଲୋକସଭା ସାଂସଦ ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ର ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋକପାତ କରାଯାଇଥିବା ବେଳେ ଶିକ୍ଷା ସ୍ୱାସ୍ଥ୍ୟ ଗମନା ଗମନ ଠୁ ଧରି ଜନସାଧାରଣ ଙ୍କ ମୌଳିକ ସମସ୍ୟା ଆଲୋଚନାରେ ସ୍ଥାନ ପାଇଥିଲା l କୋରାପୁଟ ଜିଲ୍ଲା ର ସମସ୍ତ ବିଧାନସଭା ର ଜନପ୍ରତିନଧି , ଜିଲ୍ଲାପାଳ , ସାଂସଦ ଓ ବିଭାଗୀୟ ଅଧିକାରୀ ଏଥିରେ ସାମିଲ ହୋଇଥିବା ବେଳେ ସବୁଠୁ ବଡ଼ କଥା ଦେଖିବାକୁ ମିଳିଥିଲା ଯେ ଜିଲ୍ଲା ର ଜନ ପ୍ରତିନିଧି ମାନେ ବିଭାଗୀୟ ଅଧିକାରୀ ଙ୍କୁ କ୍ଲlସ କରିବା ସହ କାମ ଉପରେ କିଛି ଟ୍ୟାକ୍ସ ଦେଉଥିଲେ ! ଏପରିକି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ କାମ ସାରିବାକୁ ବି ତାଗିଦ କରୁଥିଲେ l କେହି କେହି ଜନ ପ୍ରତିନିଧି ନିଜର ଅସନ୍ତୋଷ ବି ବିଭାଗୀୟ ଅଧିକାରୀ ଙ୍କ ଉପରେ ଝାଡୁଥିବାର ଦେଖା ଯାଇଥିଲା l ତଥାପି ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ଭିତରେ କାଯ୍ୟକ୍ରମ ଶେଷ ହେବା ସହ ଆଉ ଏକ ଦିଶା ମିଟିଂ କୁ ସମସ୍ତେ ଅପେକ୍ଷା କରି ରହିଛନ୍ତି l
ଜିଲ୍ଲା ସ୍ତରୀୟ ଦିଶା ମିଟିଙ୍ଗରେ ଜନ ପ୍ରତିନିଧିଙ୍କ ଦ୍ୱାରା ଅଫିସରଙ୍କୁ କ୍ଲାସ !!!

