ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ” ବିକାଶର ଧାରା ଓଡ଼ିଶା ସାରା ” – ୨୦୨୬ ପାଳନ ଅବସରରେ ରାଜ୍ୟ ସରକାରଙ୍କ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳସାମନ୍ତଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ପଠାଣି ସାମନ୍ତ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଖଣ୍ଡପଡ଼ା ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲପାଳ ଶ୍ରୀମତୀ ମଧୁମିତା ରଥ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଳା ସ୍ତରୀୟ ସାମ୍ୱାଦିକ ,ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ ଏବଂ ପଂଚାୟତ ସମିତି ର ମେମ୍ବର ମାନେ ଉପସ୍ଥିତ ଥିଲେ ।


