କୋରାପୁଟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ! ସାତ ଶହ ରୁ ଉର୍ଦ୍ଧ ବ୍ୟକ୍ତି ଏଥିରେ ସାମିଲ ହୋଇଥିବା ବେଳେ , କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ! କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ , ସିଡିଓ ବେଣୁଧର ଶବର , ଜ୍ଞାନଜିତ ତ୍ରିପାଠୀ , ଏ ଡି ଏମ ତପନ ନାୟକ , ବିଜେପି ଜିଲ୍ଲା ସଭାପତି ଶିଵ ମୁଦୁଲି , ସବିତା ପଟନାୟକ . ୱାଇ ସତ୍ୟନାରାୟଣ , ନୁପେନ୍ଦ୍ର ବାଘ , ଲଲାଟ ରଞ୍ଜନ ସେଠିଙ୍କ ସମେତ ଅନ୍ୟ ନିମନ୍ତ୍ରିତ ଅତିଥି ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ! ବହୁ ଛାତ୍ର ଛାତ୍ରୀ ଯୋଗ ଶିବିରରେ ଯୋଗ ଦେଇଥିବା ବେଳେ ଯୋଗ ସମିତି କୋରାପୁଟ ର ଯୋଗଗୁରୁ ସୁଭାଷ ସ୍ୱାଇଁ , ପ୍ରହ୍ଲାଦ ସାହୁ , ଆଲୋକ କୁମାର ପାଣି ବିଭିନ୍ନ ପ୍ରକାର ଯୋଗ ପ୍ରାଣାୟାମ ଆସନ ପ୍ରଭୁତି ଶିଖାଇଥିଲେ ! ଶେଷରେ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା l

Leave a Reply

Your email address will not be published. Required fields are marked *