ନୟାଗଡ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜିଲ୍ଲାସ୍ତରୀୟ ଉତ୍ସବ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ପଶ୍ଚିମବଙ୍ଗରୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପିଏମ୍-କିଷାନ ଯୋଜନାର ୨୩ ତମ କିସ୍ତି ପ୍ରଦାନ ଅବସରରେ ଆଜି ନୟାଗଡ଼ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜିଲ୍ଲାସ୍ତରୀୟ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ନୟାଗଡ଼ ଜିଲ୍ଲାର ୧,୧୨,୨୬୦ ଜଣ କୃଷକ ସିଧାସଳଖ ଭାବେ ସେମାନଙ୍କ ବ୍ୟାଙ୍କ ଖାତାକୁ ୨,୦୦୦ ଟଙ୍କା ଆର୍ଥିକ ସହାୟତା ପାଇଛନ୍ତି । କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, କୃଷି ବିଭାଗର ଅଧିକାରୀ ଏବଂ ବହୁ ସଂଖ୍ୟକ କୃଷକ ଯୋଗଦେଇ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନର ସିଧା ପ୍ରସାରଣ ଦେଖିଥିଲେ ଏବଂ ପିଏମ୍-କିଷାନ ଯୋଜନା ମାଧ୍ୟମରେ କୃଷକମାନଙ୍କ ପ୍ରତି ନିରନ୍ତର ସହଯୋଗ ପାଇଁ ଆନନ୍ଦ ପ୍ରକାଶ କରିଥିଲେ ।

 

Leave a Reply

Your email address will not be published. Required fields are marked *