କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନିଶାମୁକ୍ତ ଓଡିଶା ଅଭିଯାନ ପାଇଁ ଅଣ୍ଟା ଭିଡ଼ିଲା କୋରାପୁଟ ପୋଲିସ l କୋରାପୁଟ ପୋଲିସ ଦ୍ଵାରl ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ନିଶାମୁକ୍ତ ଅଭିଯାନ ପାଇଁ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ସଚେତନl କାଯ୍ୟକ୍ରମ କୋରାପୁଟ ଏସଡିପିଓ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ଦାସ , ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୋଇ , ଶୁଭେନ୍ଦୁ କୁମାର ବାରିକ , ଭବ୍ୟସ କୁମାର ପତିଙ୍କ ସମେତ ଅନ୍ୟ ନିମନ୍ତ୍ରିତ ଅତିଥି ମାନେ ଯୋଗଦେଇ ଏହି କାଯ୍ୟକ୍ରମ ର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ କୋମଳମତି ପିଲାଙ୍କୁ ନିଶାଠୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ ! ଭବିଷ୍ୟତ ଗଠନ ରେ ଏକ ସୁନାଗରିକ ହେବାକୁ ପିଲାଙ୍କୁ ଉପଦେଶ ଦେଇଥିଲେ , ପରେ ଏହି ଉପଲକ୍ଷେ ଏକ ଶପଥ ପାଠ କରାଯାଇଥିଲା ! ବିଦ୍ୟାଳୟ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ l
ନିଶାମୁକ୍ତ ଓଡିଶା ଅଭିଯାନ ପାଇଁ ଅଣ୍ଟା ଭିଡ଼ିଲା କୋରାପୁଟ ପୋଲିସ !!!

