ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଶ୍ରମିକଙ୍କ ଧାରଣା ଏବଂ ଅନଶନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନ ସମନ୍ୱୟ କମିଟି ର ନେତୃବୃନ୍ଦ ଏବଂ ନିର୍ମାଣ ଶ୍ରମିକ ତଥା ଅଣସଂଗଠିତ ଶ୍ରମିକଙ୍କ ଆହ୍ୱାନରେ ଆଜି ପୂର୍ବାହ୍ନ ୧୧ ଟାରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଏବଂ ଅନଶନ ଆରମ୍ଭ କରାଯାଇଛି l ନୟାଗଡ଼ ଶ୍ରମ କାର୍ଯ୍ୟାଳୟରେ ସହକାରୀ ଶ୍ରମ ଅଧିକାରୀ ଅବଦୁଲ କାଦିର ଖାଁ ଦୀର୍ଘ ୧୦ ବର୍ଷରୁ ଉର୍ଧ୍ଵ ସମୟ ଗାଦି ମଡ଼ା ଭାବେ ରହି ନୟାଗଡର ଆଦିବାସୀ, ହରିଜନ ଶ୍ରମିକଙ୍କୁ ବହୁ ହଇରାଣ କରିବା ସହିତ ଅଫିସରେ ରାଜନୀତି କରିବା, ବିଭିନ୍ନ ନିର୍ବାଚନ ସମୟରେ ନିର୍ଦ୍ଧିଷ୍ଟ ଦଳକୁ ଭୋଟ ଦେବାପାଇଁ ଶ୍ରମିକଙ୍କ ଉପରେ ଚାପ ପ୍ରୟୋଗ କରିବା, ଅଫିସର ଅନ୍ୟ ଅଧିକାରୀମାନଙ୍କୁ ଶ୍ରମିକ ବିରୋଧୀ କାର୍ଯ୍ୟ କରିବାପାଇଁ ଉସକାଇବା ଆଦି କାର୍ଯ୍ୟ କରିଆସୁଛନ୍ତି ବୋଲି କମିଟି ତଥା ଶହେରୁ ଉର୍ଧ୍ଵ ଶ୍ରମିକ ଅଭିଯୋଗ କରିଛନ୍ତି l ୩ ବର୍ଷରୁ ଅଧିକ ସମୟ ଗାଦିମାଡି ରହିଥିବା କର୍ମଚାରୀଙ୍କୁ ତୁରନ୍ତ ବଦଳି କରିବାର ସରକାରୀ ନିର୍ଦେଶ ରହିଥିବାବେଳେ, ନୟାଗଡ଼ ପ୍ରଭାଗୀୟ ଶ୍ରମ ଅଯୁକ୍ତଙ୍କ କାର୍ଯ୍ୟାଳୟରେ ୧୦ ବର୍ଷରୁ ଉର୍ଧ୍ଵ ସମୟ ଗାଦି ମାlଡ଼ାହୋଇ ରହିଥିବା ସହକାରୀ ଶ୍ରମ ଅଧିକାରୀ ଅବଦୁଲ କାଦିର ଖାଁଙ୍କୁ ତୁରନ୍ତ ବଦଳି କରାଯିବାର ଦାବି ନେଇ କମିଟିର ଅଧ୍ୟକ୍ଷ୍ୟ ଶୂନ୍ୟଜୟୀ ମିଶ୍ର, ମହାସଚିବ ବସୁଦେବ ମହାନ୍ତି, ଉପାଧ୍ୟକ୍ଷ୍ୟ ଶ୍ରୀକାନ୍ତ ପଟ୍ଟନାୟକ, ବରିଷ୍ଠ ନେତା ସଞ୍ଜୟ ଦାସ, ରଘୁନାଥ ମହାରଣା, ବରିଷ୍ଠ ବିଜେପି. ନେତା ସନ୍ତୋଷ ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଅମିତ ସାହୁ,ଯୁବରାଜ ନାୟକ,ଅଶୋକ କୁମାର ନାୟକ, ଶ୍ରମିକ ଗୋପୀନାଥ ଜେନା, ରାଜେନ୍ଦ୍ର ଯାନୀ, ପ୍ରକାଶ କହଁର ପ୍ରମୁଖ ଯୋଗଦାନ କରିଥିଲେ l

Leave a Reply

Your email address will not be published. Required fields are marked *