ଯୋଗ ମହୋତ୍ସବ ସମିତି, ଓଡ଼ିଶା ତରଫ ରୁ ରଥଯାତ୍ରା ରେ ଶ୍ରଦ୍ଧାଳୁଙ୍କ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥା !!!

Spread the love

ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯୋଗ ମହୋତ୍ସବ ସମିତି, ଓଡ଼ିଶା ତରଫ ରୁ ରଥଯାତ୍ରା ରେ ଶ୍ରଦ୍ଧାଳୁଙ୍କ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥା ! ରଥ ଯାତ୍ରା ରେ ୫୦୦୦ ରୁ ଅଧିକ ଭକ୍ତଙ୍କ ପାଇଁ ଯୋଗ ମହୋତ୍ସବ ସମିତି, ଓଡ଼ିଶା ତରଫ ରୁ ରନ୍ଧା ଖାଦ୍ୟ ଖେଚୁଡ଼ି, ଡାଲମା ବ୍ୟବସ୍ଥା କରାଯାଇଛି । ରେଳ ଷ୍ଟେସନ ଓ ସମୁଦ୍ର କୂଳ ରୁ ଆସୁଥିବା ଭକ୍ତ ମାନଙ୍କ ସୁବିଧା ନିମନ୍ତେ ଭି ଆଇ ପି ରୋଡ ହରେକୃଷ୍ଣ ଆପାର୍ଟମେଣ୍ଟ ଠାରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଯୋଗ ମହୋତ୍ସବ ସମିତି ଓଡ଼ିଶା ରାଜ୍ୟ ସଭାପତି ଆଲୋକ ଦାସ ଙ୍କ ନେତୃତ୍ୱ ରେ ସୁଚାରୁ ରୁପେ ଏହି ସେବା କାର୍ଯ୍ୟ ଚାଲୁଛି । ଉପସଭାପତି ଅସୀମା ସାହାଣୀ, କୋଷାଧ୍ୟକ୍ଷ ଚନ୍ଦନ ପ୍ରଧାନ, ରାଜ୍ୟ ସଂଗଠକ ପ୍ରେମାନନ୍ଦ ନାଥ, ଯୋଗ ମହୋତ୍ସବ କଲେଜ ପ୍ରିନ୍ସିପାଲ୍ ଡକ୍ଟର ସନତ ପଟ୍ଟନାୟକଙ୍କ ସମେତ 25 ଜଣ ସ୍ବେଛାସେବୀ ଏଥିରେ ସହଯୋଗ କରିଥିଲେ । ଆସନ୍ତା 19 ତାରିଖ ରବିବାର ଦିନ ୫୦୦ ରୁ ଅଧିକ ଯୋଗ ମହୋତ୍ସବ ର ସ୍ବେଛାସେବୀ ସମ୍ପୂର୍ଣ ସମୂଦ୍ର ବେଳାଭୂମି କୁ ସଫେଇ କରିବା ପାଇଁ ଯୋଜନା କରାଯାଇଛି ।

 

 

Leave a Reply

Your email address will not be published. Required fields are marked *