ନାଗରିକ ସମାଜ ଦ୍ୱାରା ଆହୂତ ଆନ୍ଦୋଳନରେ ଯୋଗଦେବ ଆମ୍ ଆଦମୀ ପାର୍ଟି !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ସୋନମ୍ ୱାଂଙ୍ଗଚୁକ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚାଲିଥିବା ଶାନ୍ତିପୂର୍ଣ ଧାରଣା ବିରୁଦ୍ଧରେ ମୋଦି ସରକାରଙ୍କ ବଳପ୍ରୟୋଗକୁ ପ୍ରତିବାଦ କରି ଜୁଲାଇ ୨୦ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ନାଗରିକ ସମାଜ ଦ୍ୱାରା ଆହୂତ ଆନ୍ଦୋଳନରେ ଯୋଗଦେବ ଆମ୍ ଆଦମୀ ପାର୍ଟି l ଦୀର୍ଘ ୨୧ ଦିନ ଧରି ବିଶିଷ୍ଟ ପରିବେଶବିତ୍ ଓ ବୈଜ୍ଞାନିକ ସୋନମ୍ ୱାଂଙ୍ଗଚୁକ, କକ୍ରୋଚ ଜନତା ପାର୍ଟି ଏବଂ ବିଭିନ୍ନ ଛାତ୍ର ସଂଗଠନଙ୍କ ଦ୍ୱାରା ଚାଲିଥିବା ଧାରଣା ପ୍ରଦର୍ଶନ ଏବଂ ଅନଶନ ପ୍ରତି ଯେଉଁଭଳି କେନ୍ଦ୍ର ସରକାର ଅଣଦେଖା କରିଛନ୍ତି ଏବଂ ଆଜି ସକାଳୁ ପୋଲିସ ଲଗାଇ ବଳପୂର୍ବକ ଅନଶନକୁ ଭାଙ୍ଗିଦେବାର କ୍ରୁର ମାନସିକତା ଆପଣେଇଛନ୍ତି ତାହା ସମଗ୍ର ଛାତ୍ର ସମାଜ ତଥା ସଚେତନ ନାଗରିକଙ୍କୁ ଆନ୍ଦୋଳିତ କରିଛି।ବାରମ୍ବାର ନିଟ୍ ପରୀକ୍ଷା ପ୍ରଶ୍ନ ପତ୍ର ପ୍ରଘଟ ହେବା ସତ୍ତ୍ୱେ ଜଣେ ଅପାରଗ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ସରକାର ଅନଶନରତ ସୋନମ୍ ୱାଙ୍ଗଚୁକ୍ ଓ ଛାତ୍ର ଛାତ୍ରୀଙ୍କ ପ୍ରତି କଠୋର ମନୋଭାବ ପୋଷଣ କରୁଛନ୍ତି ତାହା ଗଭୀର ନିନ୍ଦା ଓ ଆଲୋଡ଼ନ ସୃଷ୍ଟି କରିଛି। ଏଣୁ କୋମଳମତି ଛାତ୍ର ଛାତ୍ରୀଙ୍କ ପ୍ରତି ସରକାରଙ୍କର ଏଭଳି କ୍ରୁର ଆଚରଣର ପ୍ରତିବାଦରେ ନାଗରିକ ସମାଜ ତରଫରୁ ବିଭିନ୍ନ ସ୍ବେଛାସେବୀ ସଂଗଠନ, ବ୍ୟକ୍ତିବିଶେଷ, ଛାତ୍ର ସଂଗଠନ ଓ ରାଜନୈତିକ ମଞ୍ଚର ସଦସ୍ୟଙ୍କୁ ନେଇ ଆସନ୍ତା ଜୁଲାଇ କୋଡ଼ିଏ ତାରିଖ ଦିନ ଦଶ ଘଟିକା ସମୟରେ ଲୋୱର ପିଏମଜି, ଭୁବନେଶ୍ୱର ଠାରେ ହେବାକୁ ଥିବା ଜନ ପ୍ରତିବାଦରେ ଆମ୍ ଆଦମୀ ପାର୍ଟିର ସଦସ୍ୟ ମାନେ ଯୋଗଦେଇ ସୋନମ୍ ୱାଙ୍ଗଚୁକ ଏବଂ ଯୁବ ବର୍ଗଙ୍କ ପ୍ରତି ସମର୍ଥନ ଜ୍ଞାପନ କରିବା ସହ ଅପାରଗ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ ଯେଉଁଭଳି ଭାବରେ ଶିକ୍ଷା ବ୍ୟବସ୍ଥା ପ୍ରତି ଅବହେଳା ଓ ଅଣଦେଖା କରାଯାଇ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭୁଲ୍ ପୁସ୍ତକ ଛାତ୍ର ଛାତ୍ରୀଙ୍କୁ ଦିଆଯାଇ ସେମାନଙ୍କର ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦିଆଯିବାର ଷଡ଼ଯନ୍ତ୍ର କରାଯାଇଛି ତାହାର ମଧ୍ୟ ପ୍ରତିବାଦ କରାଯିବ l

ଆପ ଓଡିଶା ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଜନ୍ତର ମନ୍ତର ଠାର ଚାଲିଥିବା ଆନ୍ଦୋଳନ ଓ ସୋନମ୍ ୱାଙ୍ଗଚୁକଙ୍କ ପ୍ରତି ହୋଇଥିବା ବର୍ବର ଆଚରଣ ବିରୁଦ୍ଧରେ ପ୍ରତିବାଦକୁ ସମର୍ଥନକରି ଜୁଲାଇ ୨୦ତାରିଖ ଦିନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ଧାରଣାରେ ଛାତ୍ର, ଯୁବକ, ବିଭିନ୍ନ ରାଜନୈତିକ ସଙ୍ଗଠନ, ବିଭିନ୍ନ ଅନୁଷ୍ଠାନ, ସଚେତନ ନାଗରିକ, ବୁଦ୍ଧିଜୀବୀ, ସମ୍ବାଦିକ, ସମାଜର ବିଭିନ୍ନ ବର୍ଗରୁ ବହୁ ସଂଖ୍ୟାରେ ସାଧାରଣ ଜନତା ଯୋଗ ଦେବାକୁ ବିନମ୍ର ଅନୁରୋଧ କରିବାସହ ଓଡ଼ିଶାର କୋଣ ଅନୁକୋଣରେ ଆନ୍ଦୋଳନ ଓ ପ୍ରତିବାଦ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଆସନ୍ତୁ ସମସ୍ତେ ମିଳିମିଶି ଜୁଲାଇ ୨୦ ତାରିଖ ସକାଳ ୧୦ ଘଟିକାରେ ଲୋୱର ପିଏମଜି ଠାରେ ପହଞ୍ଚି ସରକାରଙ୍କ ଦମନ ଲୀଳାର ପ୍ରତିବାଦ କରିବା ଏବଂ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ଅପାରଗ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ।

Leave a Reply

Your email address will not be published. Required fields are marked *