ହେରାପଞ୍ଚମୀ ଅବସରରେ ଗଜପତି ଜିଲ୍ଲା ସ୍କାଉଟ୍ସ ଓ ଗାଇଡ୍ସର ଜଳସେବା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ହେରାପଞ୍ଚମୀ ଅବସରରେ ଗଜପତି ଜିଲ୍ଲା ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ପକ୍ଷରୁ ଭକ୍ତମାନଙ୍କ ସେବା ନିମନ୍ତେ ଏକ ଜଳସେବା ଶିବିର ଆୟୋଜନ କରାଯାଇଥିଲା। ଶିବିରରେ ଭକ୍ତମାନଙ୍କୁ ଲେମ୍ବୁ ପାଣି ବଣ୍ଟନ କରାଯାଇଥିଲା । ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ମାୟାଧର ସାହୁ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏହି ସାମାଜିକ ସେବା ଶିବିର ଆୟୋଜିତ ହୋଇଥିଲା। ପି.ଏମ୍. ଶ୍ରୀ ମହାରାଜାଙ୍କ ବାଳକ ଉଛ ବିଦ୍ୟାଳୟ , ପାରଳାଖେମୁଣ୍ଡିର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମୋନାଲିସା ଦାସ ଜଳସେବା ଶିବିରର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଜିଲ୍ଲା ସ୍କାଉଟ୍ସ ଓ ଗାଇଡ୍ସ ସଂଗଠନର ଡିଓସି, ଡିଟିସି, ଜିଲ୍ଲା ପ୍ରତିନିଧି, ସ୍କାଉଟ୍ସ ଓ ଗାଇଡ୍ସ ଏବଂ ଜିଲ୍ଲା ସମ୍ପାଦକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଉପସ୍ଥିତ ରହି ସେବା କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ସ୍କାଉଟ୍ସ ଓ ଗାଇଡ୍ସମାନେ ଭକ୍ତମାନଙ୍କୁ ଲେମ୍ବୁ ପାଣି ବଣ୍ଟନ କରି ନିଷ୍ଠା ଓ ସମର୍ପଣର ସହ ସେବା ପ୍ରଦାନ କରିଥିଲେ । ଜିଲ୍ଲା ସମ୍ପାଦକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଏହି ସେବା କାର୍ଯ୍ୟରେ ସହଯୋଗ କରିଥିବା ସମସ୍ତ ସ୍କାଉଟ୍ ମାଷ୍ଟର ଓ ଗାଇଡ୍ କ୍ୟାପ୍ଟେନ୍‌ମାନଙ୍କୁ ସେମାନଙ୍କର ନିଷ୍ଠାପୂର୍ଣ୍ଣ ଓ ଉତ୍ସର୍ଗୀକୃତ ସେବା ପାଇଁ ଧନ୍ୟବାଦ ଜଣାଇଥିଲେ । “ମାନବ ସେବା ହିଁ ମାଧବ ସେବା”—ଏହି ମହାନ ମନ୍ତ୍ରକୁ ଆଧାର କରି ଗଜପତି ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ଆଗାମୀ ଦିନରେ ମଧ୍ୟ ସମାଜସେବା ଓ ମାନବସେବା କାର୍ଯ୍ୟକୁ ଆହୁରି ସୁଦୃଢ଼ ଭାବେ ଆଗେଇ ନେବା ପାଇଁ ସମସ୍ତଙ୍କ ସହଯୋଗ ଓ ଏକତ୍ରିତ ପ୍ରୟାସର ଆହ୍ୱାନ ଜଣାଇଛି ।

Leave a Reply

Your email address will not be published. Required fields are marked *