ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ବିଧି ସେବା ପ୍ରାଧିକରଣର ଅଧ୍ଯକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଲୋକ ଅବାଲତ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ବତନ୍ତ୍ର ଲୋକ ଅଦାଲତରେ ପରିକ୍ରାମ୍ୟ ଦଲିଲ ଆଇନ (Negotiable Instruments Act) ଅଧୀନର ୮୦ଟି ମାମଲା ଚିହ୍ନଟ କରାଯାଇଥିଲା I ଉଭୟ ପକ୍ଷଙ୍କ ଆଲୋଚନା ଓ ପାରସ୍ପରିକ ସହମତି ଆଧାରରେ ସେଥିମଧ୍ୟରୁ ୧୩ଟି ମାମଲାର ସଫଳ ସମାଧାନ କରାଯାଇଥିବା ବେଳେ ମୋଟ ୧୧,୬୭,୮୬୫ ଟଙ୍କା ଆଦାୟ ହୋଇଥିଲା। ଏହା ମାଧ୍ୟମରେ ପକ୍ଷକାରମାନେ ଦୀର୍ଘ ଆଇନଗତ ପ୍ରକ୍ରିୟାରୁ ମୁକ୍ତି ପାଇବା ସହ ସମୟ ଓ ଅର୍ଥର ସଞ୍ଚୟ କରିପାରିଥିଲେ। ଏହି ସ୍ବତନ୍ତ୍ର ଲୋକ ଅଦାଲତରେ ଶ୍ରୀମତୀ ସମାପିକା ସମଦର୍ଶିନୀ, ଉପଖଣ୍ଡ ନ୍ୟାୟିକ ଦଣ୍ଡାକାରୀ (SDJM), ନୟାଗଡ଼, ଲଳିତା ପାତ୍ର, ନ୍ୟାୟିକ ଦଣ୍ଡାକାରୀ ପ୍ରଥମ ଶ୍ରେଣୀ (JMFC), ନୟାଗଡ଼ ଏବଂ ସୁଶ୍ରିତା ମିଶ୍ର, ନ୍ୟାୟିକ ଦଣ୍ଡାକାରୀ ପ୍ରଥମ ଶ୍ରେଣୀ (LR & LTV), ନୟାଗଡ଼ ନିଜ ନିଜ ଅଦାଲତ ପରିଚାଳନା କରି ମାମଲାଗୁଡ଼ିକର ଆପୋଷ ସମାଧାନ କରିଥିଲେ।ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅଞ୍ଜଳି ମଚ୍ଛଖଣ୍ଡ ସ୍ୱତନ୍ତ୍ର ଲୋକ ଅଦାଲତର ସଫଳ ଆୟୋଜନ ପାଇଁ ଆବଶ୍ୟକ ସମସ୍ତ ସମନ୍ବୟ ଓ ସହଯୋଗ ପ୍ରଦାନ କରିଥିଲେ। ଏହି ଅବସରରେ ସଟିବ ମଛଖଣ୍ଡ ସାଧାରଣ ଜନତାଙ୍କୁ ଲୋକ ଅଦାଲତର ସୁବିଧାର ସଦୁପଯୋଗ କରି ଆପୋଷ ବୁଝାମଣା ମାଧ୍ଯମରେ ବିବାଦର ସ୍ଥାୟୀ ଓ ଶୀଘ୍ର ସମାଧାନ କରିବାକୁ ଆହ୍ୱାନ ଜଣାଇଥିଲେ |ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କୁହାଯାଇଛି ଯେ, ଲୋକ ଅଦାଲତ ହେଉଛି ଏକ ସହଜ, ଶୀଘ୍ର, ନିଃଶୁଳ୍କ ଏବଂ ପ୍ରଭାବଶାଳୀ ବିବାଦ ସମାଧାନ ବ୍ୟବସ୍ଥା। ଏହା ମାଧ୍ୟମରେ ପକ୍ଷକାରମାନେ ପାରସ୍ପରିକ ସହମତିରେ ନିଜ ନିଜ ବିବାଦର ସମାଧାନ କରି ଦୀର୍ଘ ନ୍ୟାୟିକ ପ୍ରକ୍ରିୟାରୁ ମୁକ୍ତି ପାଇ ପାରୁଛନ୍ତି ।
ନୟାଗଡ଼ରେ ସ୍ବତନ୍ତ୍ର ଲୋକ ଅଦାଲତ ସଫଳତାର ସହ ଅନୁଷ୍ଠିତ !!!

