ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗୁଣ୍ଡିଚାବାଡ଼ିରେ ରଥଯାତ୍ରା ଅବସରରେ ଅନ୍ନ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଭକ୍ତମାନେ ଆସି ଖୁସି ଓ ଆନନ୍ଦର ସହ ମହାପ୍ରଭୁଙ୍କ ଅନ୍ନ ପ୍ରସାଦ ସେବନ କରୁଛନ୍ତି । ଠାକୁରଙ୍କୁ ଅନ୍ନ ଭୋଗ ହେଲା ପରେ ମନ୍ଦିର ସେବାୟତ ମାନେ ପ୍ରସାଦ ସେବନ କରିଥିଲେ । ତାପରେ ଭକ୍ତ ମାନଙ୍କୁ ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା । ଖେଚୁଡ଼ି ଅନ୍ନ, ତରକାରୀ, କ୍ଷୀରି, ପୋଟୋଳ ଖଟା ଏହିଭଳି ବିଭିନ୍ନ ପ୍ରକାର ପ୍ରସାଦ ବିତରଣ କରାଯାଉଛି । ରଥଯାତ୍ରା ଅନ୍ନ ପ୍ରସାଦ କମିଟି ପକ୍ଷରୁ ଗୁଣ୍ଡିଚା ବାଡିରେ ପ୍ରତିଦିନ ଅନ୍ନ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଅନ୍ନ ପ୍ରସାଦ କମିଟିର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ।ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୁତୟନ କରାଯାଇଛି । ଭକ୍ତ ମାନେ ଆତ୍ମ ତୃପ୍ତିରେ ଠାକୁରଙ୍କ ର ଅନ୍ନ ପ୍ରସାଦ ସେବନ କରୁଛନ୍ତି ।
ରଥଯାତ୍ରା ଅବସରରେ ଗୁଣ୍ଡିଚାବାଡ଼ିରେ ଅନ୍ନ ପ୍ରସାଦ ବିତରଣ କାର୍ଯ୍ୟକ୍ରମ !!!

