ପରିବେଶ ସୁରକ୍ଷା ପାଇଁ ନିଆରା ପ୍ରୟାସ : ବାହୁଡାରେ ବୁଲି ବୁଲି ଚାରା ବାଣ୍ଟିଲେ ପ୍ରକୃତିପ୍ରେମୀ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆଜିଥିଲା ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା଼ ଯାତ୍ରା | ଜଣେ ଶିକ୍ଷକ ତଥା ପ୍ରକୃତିବନ୍ଧୁ ବଳରାମ ପାଇକରାୟ ତାଙ୍କ ସାଥୀଙ୍କୁ ଧରି ଗାଁ ଦାଣ୍ଡରେ ଗଛ ଚାରା ବାଣ୍ଟୁଥିଲେ | ପରିବେଶ ସୁରକ୍ଷା ଉପରେ ସଚେତନ ବାର୍ତ୍ତା ଦେଉଥିଲେ | ପ୍ରତିଦିନ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଘଟଣାମାନ ଘଟିବାରେ ଲାଗୁଛି । ତାର ପ୍ରଭାବ ସିଧାସଳଖ ଜନ ସମାଜ ଉପରେ ପଡୁଛି । ନଷ୍ଟ ହେଉଛି ଅନେକ ଧନଜୀବନ । ଏଥିପାଇଁ ପ୍ରକୃତି ମା’ର ଆମେ ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ । ସମସ୍ତେ ପ୍ରାକୃତିକ ପରିବେଶର ଉପଯୁକ୍ତ ସୁରକ୍ଷା ଓ ସଂରକ୍ଷଣ ପାଇଁ ଆଗେଇ ଆସିଲେ ଏ ଜନ ସମାଜ ଆଶ୍ବସ୍ତି ପାଇପାରିବ । ଏଥିପାଇଁ ଉଚ୍ଚ ବିଦ୍ୟାଳୟ ଶିକ୍ଷା ଗ୍ରହଣ ଠାରୁ ନିଜର ସହପାଠୀ ମାନଙ୍କୁ ଧରି ବୃକ୍ଷ ରୋପଣ ବ୍ରତରେ ବ୍ରତୀ ହୋଇଛନ୍ତି କଟକ ଜିଲ୍ଲାର ଡମପଡା ବ୍ଲକ ଅନ୍ତର୍ଗତ ଢ଼ଂସର ଗ୍ରାମ ପଞ୍ଚାୟତର ପରିବେଶ ପ୍ରେମୀ ପ୍ରକୃତି ବନ୍ଧୁ ବଳରାମ ପାଇକରାୟ । ବର୍ତ୍ତମାନ ସେ ବିଭିନ୍ନ ସଙ୍ଗଠନ, ବିଭିନ୍ନ ଗୋଷ୍ଠୀ , ବିଭିନ୍ନ ଅନୁଷ୍ଠାନ ଓ ପରିବେଶ ପ୍ରେମୀଙ୍କୁ ସଂପୃକ୍ତି କରାଇ ପ୍ରକୃତିର ସଂରକ୍ଷଣ ଓ ପରିବେଶର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ସହିତ ବହୁଳ ଭାବରେ ବୃକ୍ଷ ରୋପଣ କରି ତାର ଉପଯୁକ୍ତ ଯତ୍ନ ନେବାକୁ ଅଣ୍ଟା ଭିଡିଛନ୍ତି । ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ସେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବା ସହିତ ନିଜେ ପକାଇଥିବା ଚାରାକୁ ବାହୁଡାରେ ବିନା ମୂଲ୍ଯରେ ବୁଲି ବୁଲି ବଣ୍ଟନ କରି ଏ ଅଞ୍ଚଳରେ ଉଦାହରଣ ପାଲଟିଛନ୍ତି । ଯାହା ଅନ୍ୟ ପ୍ରକୃତିପ୍ରେମୀଙ୍କୁ ଉତ୍ସାହିତ କରିବ | ସ୍ଥାନୀୟ ଅଞ୍ଚଳରେ ଜନସାଧାରଣ, ବୁଦ୍ଧିଜୀବୀ ଓ ପରିବେଶବିତମାନେ ଶ୍ରୀ ପାଇକରାୟ ଏବଂ ତାଙ୍କ ସାଥି ମାନଙ୍କ ଏହି ମହତ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *