ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭୁବନେଶ୍ୱର – ପୁରୀ ରାସ୍ତାରେ ଅସମ୍ଭାଳ ଭିଡ , ପୁରୀ ଅଭିମୁଖେ ପ୍ରବଳ ଯାନବାହାନ ଚଳାଚଳ କରୁଛି । ସମସ୍ତ ଯାନବାହାନକୁ ତାଳବଣିଆ ଅକ୍ଷ ଆଡକୁ ପଠାଯାଉଛି । ମାଳତୀପାଟପୁରରେ ଅପେକ୍ଷା ସମୟ ଏବେ 30 ରୁ 45 ମିନିଟ୍ ଏବଂ ଏହା ବୃଦ୍ଧି ପାଇବାର ସମ୍ଭାବନା ଅଛି । ସୁନାବେଶ ଦର୍ଶନ ପାଇଁ ପୁରୀ ଅଭିମୁଖେ ଯାଉଛନ୍ତି ଶ୍ରଦ୍ଧାଳୁ । ଫଳରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଅସ୍ୱାଭାବିକ ଭିଡ଼ ଦେଖିବାକୁ ମିଳିଛି । ଟ୍ରାଫିକ୍ ଅପଡେଟ୍ ଦେଖି ପୁରୀ ଆସିବାକୁ ପରାମର୍ଶ । ଦୟାକରି କର୍ତ୍ତବ୍ୟରତ ଟ୍ରାଫିକ୍ ପୋଲିସ କର୍ମଚାରୀଙ୍କୁ ସହଯୋଗ କରନ୍ତୁ ବୋଲି ଟ୍ରାଫିକ୍ ପୋଲିସ ତରଫରୁ ଅନୁରୋଧ କରାଯାଇଛି !
ଭୁବନେଶ୍ୱର – ପୁରୀ ରାସ୍ତାରେ ଅସମ୍ଭାଳ ଭିଡ !!!

