ନିୟତି ମାନସିକ ଅନଗ୍ରସର ବିଦ୍ୟାଳୟରେ ବନମହୋତ୍ସଵ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନିୟତି ମାନସିକ ଅନଗ୍ରସର ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଗତି ମହିଳା ସଂଗଠନ ଓ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ଼ କ୍ରସ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପାରଳାର IIC ଶ୍ରୀ ପ୍ରଶାନ୍ତ ଭୂପତି ଯୋଗ ଦେଇ ବୃକ୍ଷ ରୋପଣ ପରିବେଶ ପାଇଁ ନିହାତି ଜରୁରୀ ଏବଂ ଏହା କେବଳ ଯୁବପିଢ଼ିଙ୍କ ଚେଷ୍ଟାରେ ହିଁ ସଫଳ ହୋଇପାରିବ ବୋଲି କହିଥିଲେ। ଏତଦ୍ବ୍ୟତୀତ ସାଇବର କ୍ରାଇମ ପ୍ରତି ମଧ୍ୟ ସଚେତନ ରହିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ। ପ୍ରଗତି ମହିଳା ସଂଗଠନ ର ସମ୍ପାଦିକା ତନୁଜା ଶତପଥି କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିବା ସହ ମାଆ ଯେପରି ନିଜ ଛୁଆର ଲାଳନପାଳନ କରି ମଣିଷ କରିଥାଏ, ସେପରି ଛାତ୍ରଛାତ୍ରୀମାନେ ଚାରା ରୋପଣ କରି ତା’ର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ଆହ୍ୱାନ ଦେଇଥିଲେ। ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ବୃକ୍ଷର ଉପାଦେୟତା ସମ୍ପର୍କରେ ସବିଶେଷ ଆଲୋଚନା କରି ନିଜ ମାଆଙ୍କ ନାଁ ରେ ଗଛଟିଏ ଲଗାଇ ତା’ର ଉପଯୁକ୍ତ ଦାୟିତ୍ୱ ନେବା ପାଇଁ ଛାତ୍ର ଛାତ୍ରୀଙ୍କୁ ପ୍ରବର୍ତାଇ ଥିଲେ। AIIC ଶ୍ରୀ ବାଲ୍ମୀକି ବେହେରା, ଜାତୀୟ ସେବା ଯୋଜନାର ସଂଯୋଜକ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ ଓ ଯୁବ ରେଡ଼ କ୍ରସ ସଂଯୋଜିକା ଶ୍ରୀମତୀ କଳ୍ପନା ପଣ୍ଡା ପ୍ରମୁଖ ଯୋଗଦେଇ ବନମହୋତ୍ସଵ ବିଷୟରେ ଉଦ୍ବୋଧନ ଦେଇଥିଲେ। ପ୍ରଗତି ମହିଳା ସଂଗଠନର ସଭାପତି ଶ୍ରୀ ଲୋକନାଥ ମିଶ୍ର କାର୍ଯ୍ୟକ୍ରମ ପରିଶେଷ ରେ ନିଜର ଅଭିଭାଷଣ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ତତ୍ପରେ ଚାରା ରୋପଣ କାର୍ଯ୍ୟକ୍ରମ ନିୟତି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *