ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡ଼ା ବ୍ଲକ ଅନ୍ତର୍ଗତ ପାଥପୁର ଗ୍ରାମ ପଞ୍ଚାୟତ ଅଧୀନ ବନ୍ୟାଘେରରେ ରହିଥିବା ଚାରିଘରିଆ ଗ୍ରାମରେ ଆଜି ଫ୍ରେଣ୍ଡସିପ କ୍ଳବ ଆନୁକୂଲ୍ୟରେ ଏକ ରିଲିଫ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଅତିଥି ଭାବେ ଯୋଗ ଦେଇ ଚୁଡ଼ା, ବିସ୍କୁଟ, ଚିନି ର ପ୍ୟାକେଟ ଜଳବନ୍ଦୀ ଥିବା ଚାରିଘରିଆ ଗ୍ରାମ ର ଆଦିବାସୀ ବସ୍ତି ର 50 ଜଣ ପରିବାରଙ୍କୁ ବଣ୍ଟନ କରିଥିଲେ | ବନ୍ୟା ସମୟରେ ଉକ୍ତ ଅନୁଷ୍ଠାନ ଫ୍ରେଣ୍ଡସିପ କ୍ଳବର ଜନ ହିତକର ଉଦ୍ୟମକୁ ବୁଦ୍ଧିଜୀବୀ ଉଚ୍ଚ ପ୍ରଂଶସା କରିଛନ୍ତି | ଏହି ରିଲିଫ ବିତରଣ କାର୍ଯ୍ୟରେ ଅନୁଷ୍ଠାନର ମୁଖ୍ୟ ଯୁବ ଉଦ୍ୟୋକ୍ତା ଶ୍ରୀମତୀ ଗୀତାଞ୍ଜଳି ବେହେରା, ଅନୁଷ୍ଠାନର ବରିଷ୍ଠ ସଭ୍ୟ ବିଶ୍ୱନାଥ ସାହୁ, ଆଶୀର୍ବାଦ ସାହୁ, ସାମାଜିକ କର୍ମୀ ଗୌରାଙ୍ଗ ଚରଣ ରାଉତ, ସ୍ଥାନୀୟ ୱାର୍ଡ଼ ସଭ୍ୟ ମାନସ ନାୟକ ପ୍ରମୁଖ ଉପସ୍ଥିତ ରହି ରିଲିଫ ବିତରଣରେ ସହଯୋଗ କରିଥିଲେ |
ଚାରିଘରିଆ ଗାଁରେ ରିଲିଫ ବିତରଣ କାର୍ଯ୍ୟକ୍ରମ !!!

