ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସଜାଗ ରହିଥିଲା ବାଙ୍କୀ ପୁଲିସ ପ୍ରଶାସନ , ଗତକାଲି ଠାରୁ ବାଙ୍କୀ ର ବିଭିନ୍ନ ସ୍ଥାନରେ ଲାଗୁ ହୋଇଥିଲା ଧାରା 163 ! ଡମପଡା ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେପି ର ଧାରଣା ଦିନଠାରୁ ବାଙ୍କୀ ରେ ବଢ଼ିବାରେ ଲାଗିଛି ରାଜନୈତିକ ଉତେଜନା ! ବଦଳୁଛି ବାଙ୍କୀ ରାଜନୀତି ର ମାହୋଲ , ବଡ ଶକ୍ତି ପ୍ରଦର୍ଶନ ପାଇଁ ହୋଇଥିଲା ପ୍ରସ୍ତୁତି ! ଆଜି ସକାଳ ଦଶଟା ବେଳକୁ ବିଜେପିର ଏକ ପ୍ରତିନିଧି ଦଳ ଡମପଡା ବିଡ଼ିଓ ଙ୍କୁ ସାକ୍ଷାତ କରି ଅଭିଯୋଗ କରିବାକୁ ଯିବା ସମୟରେ ଡମପଡା ବ୍ଲକ ଅଧ୍ୟକ୍ଷ ଙ୍କ ନେତୃତ୍ୱରେ ବାଙ୍କୀ ବିଧାୟକଙ୍କ ସମର୍ଥକଙ୍କୁ ନେଇ କରାଗଲା ଶୋଭାଯାତ୍ରା ! ତେବେ ଆଗରୁ ସୂଚନା ପାଇ ବାଙ୍କୀ ପୁଲିସ ପ୍ରଶାସନ ହୋଇଥିଲା ପ୍ରସ୍ତୁତ ! ଶୋଭାଯାତ୍ରାକାରୀ ଙ୍କୁ ବ୍ଲକ ଯାଏଁ ନଛାଡି କଲେଜ ଛକ ଆଗରେ ଅଟକାଇ ଦେଇଥିଲା ପୁଲିସ ! ବାଙ୍କୀ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ବାଙ୍କୀ ବ୍ଲକ କାର୍ଯ୍ୟାଳୟ ଏବଂ ଡମପଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରା 163 ଲାଗୁ ହୋଇଥିବାରୁ ସେ ସମସ୍ତ କାର୍ଯ୍ୟାଳୟ ପରିସର ଅସ୍ଥାୟୀ ପୁଲିସ ଛାଉଣୀ ପାଲଟି ଯାଇଛି !
ବାଙ୍କୀ – ଡମପଡା ବ୍ଲକ କାର୍ଯ୍ୟାଳୟ ପରିସର ପାଲଟିଛି ଅସ୍ଥାୟୀ ପୁଲିସ ଛାଉଣୀ !!!

