ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୁମ୍ମାବ୍ଲକ ସ୍ଥିତ ପଦ୍ମପୁର ଗ୍ରାମର ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଗତି ମହିଳା ସଂଗଠନ ଓ ସମ୍ବାଦ ସାହିତ୍ୟ ଘରର ମିଳିତ ଆନୁକୁଲ୍ୟରେ ବନମହୋତ୍ସବ 2.0 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ବୃକ୍ଷରୋପଣ, ଛାତ୍ରଛାତ୍ରୀଙ୍କୁ ଚାରା ବଣ୍ଟନ ଓ ସଭାକାର୍ଯ୍ୟ ସମ୍ପାଦନ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ପାରଳାର ମାନ୍ୟବର ବିଧାୟକ ଇଁ. ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନିଜର ଅଭିଭାଷଣରେ ପିଲାମାନଙ୍କୁ ଗୋଟିଏ ବୃକ୍ଷ ରୋପଣ କରିବା ସହ ବୃକ୍ଷର ଯତ୍ନ ନେବା ପାଇଁ ଉତ୍ସାହିତ କରିବା ସହ ଜଣେ ଜଣେ ବିରାଟକାୟ ବୃକ୍ଷ ଭଳି ହୋଇ ସମସ୍ତଙ୍କୁ ଫଳ ଫୁଲ ଓ ଛାୟା ଇତ୍ୟାଦି ପ୍ରଦାନ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ | ଏହି ଉତ୍ସବରେ ସମ୍ବାଦ ସାହିତ୍ୟ ଘରର ଉପ ସଭାପତି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା,ସମ୍ପାଦକ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା, ଜିଲ୍ଲା ପ୍ରତିନିଧି ଶ୍ରୀ ସୁଜିତ ବିଷୋୟୀ, ସୀତାକାନ୍ତ ପଣ୍ଡା ଓ ଅନ୍ୟାନ୍ୟ ସହକର୍ମୀ ଉପସ୍ଥିତ ରହିଥିଲେ | ସେହିଭଳି ପ୍ରଗତି ମହିଳା ସଙ୍ଗଠନର ସଭାପତି ଶ୍ରୀ ଲୋକନାଥ ମିଶ୍ର, ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ, ବରିଷ୍ଠ ସାମ୍ବାଦିକ ଭାଗବତ ପାଢ଼ୀ, ଶ୍ରୀ ମୁରଲିଧର ପରିଛା ଉପସ୍ଥିତ ରହି ନିଜର ବହୁମୂଲ୍ୟ ଅଭିଭାଷଣ ପିଲାଙ୍କ ଉଦେଶ୍ୟରେ ରଖିଥିଲେ ଓ ପିଲାମାନଙ୍କୁ ଉତ୍ସାହିତ କରିଥିଲେ | ଏହି ସଭାକୁ ଅଧ୍ୟକ୍ଷ ମନୋଜ କୁମାର ପଟନାୟକ ଅଧ୍ୟକ୍ଷତା କରିଥଲେ |
ଏହା ପରେ ଛାତ୍ରଛାତ୍ରୀମାନେ,ମୁଖ୍ୟଅତିଥି,ସମସ୍ତ ସମ୍ମାନିତ ଅତିଥି, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃକ୍ଷ ରୋପଣ କରିବା ସହ ଚାରା ବଣ୍ଟନ କାର୍ଯ୍ୟକ୍ରମରେ ସହାୟତା କରିଥିଲେ | ଜାତୀୟ ସେବା ଯୋଜନା ର ସଂଯୋଜକ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଯୁବ ରେଡକ୍ରସର ସଂଯୋଜିକା କଳ୍ପନା ପଣ୍ଡା ଏଥିରେ ସହାୟତା କରିଥିଲେ | ଏହା ସହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବଛ ଭାରତ କାର୍ଯ୍ୟକ୍ରମ କରାଯାଇଥିଲା | ଏତଦ ବ୍ୟତୀତ ଶ୍ରୀ ସୀତାରାମ ପ୍ରଧାନଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା କରଯାଇଥିଲା | ଶେଷରେ ଶ୍ରୀ ବିନୋଦଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ସମସ୍ତ କାର୍ଯ୍ୟକ୍ରମକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ |
ବିନୋଦିନୀରେ ବନମହୋତ୍ସବ 2.0 !!!

