କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୁଣିଥରେ ରଣ ହୁଙ୍କାର ଦେଲା ବି ଏମ ଏସ ସଂଗଠନ ! କିଛି ଦିନର ବ୍ୟବଧାନ ପରେ ଅଙ୍ଗନବାଡି ଓ ଆଶାକର୍ମୀଙ୍କ ସମେତ ଜୟପୁର ପେପର ମିଲ ପୁନଃ ଚାଲୁ କରିବାକୁ ଦାବୀ କରି ଭାରତୀୟ ମଜଦୁର ସଙ୍ଘ ର ଜିଲ୍ଲା ସଭାପତି ଙ୍କ ନେତୃତ୍ୱ ରେ ଆଜି ବିଭିନ୍ନ ସଂଗଠନ ସମେତ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ସଙ୍ଘ କୋରାପୁଟ ର ରାଜ ରାସ୍ତା ରେ ଗର୍ଜିଛନ୍ତି ! କେବଳ ସେତିକି ନୁହଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏଗlର ଦଫା ର ଦାବିପତ୍ର ପଠାଇବା ସହ ଯଥା ଶ୍ରୀଘ୍ର ସମସ୍ୟା ର ସମାଧାନ ପାଇଁ ଚରମ ବାଣୀ ଶୁଣାଇଛି ସଂଗଠନ ! ସମାନ କାମ କୁ ସମାନ ଦରମା ଠୁ ଧରି ସରକାରୀ ସ୍ତର ରେ ମିଳୁଥିବା ବିଭିନ୍ନ ସୁବିଧା ଗୁଡିକୁ ବି ପ୍ରଦାନ କରିବାକୁ ସଙ୍ଘ କହିଛି l ରାଲି ଜିଲ୍ଲାପାଳ ଙ୍କ ଅଫିସ ସାମ୍ନା ରେ ଗର୍ଜନ କରିଥିବା ବେଳେ , ସମୟ ସୀମାରେ ଆଜିର ଏହି କାଯ୍ୟକ୍ରମ ସଙ୍ଘ ସମାପ୍ତ କରିଛି ! ଜିଲ୍ଲା ର ବିଭିନ୍ନ ପ୍ରାନ୍ତରୁ ମହିଳା ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ସମେତ ସଙ୍ଘ ର କର୍ମକର୍ତ୍ତା ଏଥିରେ ସାମିଲ ହୋଇଥିଲେ l

