ପ୍ରଶାସନ ର ଦୃଷ୍ଟି ଆଢୁଆଳରେ ଆମ୍ବିଳି ଆମ୍ବାଗୁଡ଼ା ର ପାତାଳେଶ୍ଵର ଶିଵ ମନ୍ଦିର !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପ୍ରଶାସନ ର ଦୃଷ୍ଟି ଆଢୁଆଳରେ ଆମ୍ବିଳି ଆମ୍ବାଗୁଡ଼ା ର ପାତାଳେଶ୍ଵର ଶିଵ ମନ୍ଦିର l ଶ୍ରାବଣ ଆସିଲେ ଚଳ ଚଞ୍ଚଳ ହୋଇ ଉଠେ ପଲି ଠୁ ଧରି ସହର ଯାଏଁ ସମସ୍ତ ଶୈବ ପୀଠ ! ଆଉ ଭକ୍ତ ଙ୍କ ଭିଡ଼ ବି ସୋମବାର ଦିନ ଦେଖିବାକୁ ମିଳେ l କୋରାପୁଟ ଜିଲ୍ଲା ତଥା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଆମ୍ବିଳି ଆମ୍ବାଗୁଡା ର ପ୍ରାଚୀନ ଶିଵ ପୀଠ ହେଉଛି ପlତାଳେଶ୍ୱର ମନ୍ଦିର ! ଏହା ପଚାଶ ବର୍ଷ ତଳର ପ୍ରାଚୀନ ଶିଵ ପୀଠ ହୋଇଥିବା ବେଳେ ଏହାର କିମ୍ବଦନ୍ତୀ ଅତି ରୋଚକ ଅଟେ l ଶିଵ ରାତ୍ରୀ ଓ ପଞ୍ଚୁକ ଦିନ ମନ୍ଦିର ଠୁ ଅନତି ଦୂର ରେ ଥିବା ପାହାଡ ରୁ ଏକ ଆଲୁଅ ମଧ୍ୟ୍ୟ ରାତ୍ର ରୁ ବାହାରି ଶିଵ ଲିଙ୍ଗ ନିକଟକୁ ଆସେ ଓ ପରେ ପୂଜାରୀ ଙ୍କୁ ସ୍ବପ୍ନ ହୋଇ କେଉଁଆଡେ ଉଭାନ ହୋଇଯାଏ ! ସେହିପରି ଏକ ବାଘ ବି ଆସି ମନ୍ଦିର ରୁ ପ୍ରସାଦ ଖାଇ ଯିବାର ବି ଜନଶ୍ରୁତି କୁହେ , ମନ୍ଦିର ଚତୁର୍ପାଶ୍ୱ ରେ ଶିଵ ଙ୍କର ବିଭିନ୍ନ ମନ୍ଦିର ରହିଥିଲେ ବି ଏକ ପାଶ୍ଵ ଶିଵ ମନ୍ଦିର ଭିତରେ ଏକ ଛୋଟିଆ ଜଳାଶୟ ଅଛି ଯାହାକି କେବଳ ଶିଵ ରାତ୍ରୀ ଛଡା ଅନ୍ୟ କେଉଁ ଦିନ ସୁଖେନାହିଁ l କେବଳ ଶିଵ ରାତ୍ରୀ ରେ ଶୁଖିବା ସହ ଶିଵ ଲିଙ୍ଗ ଦେଖାଯାଏ l ମନ୍ଦିର ର ଅନେକ ସମସ୍ୟା ରହିଛି , ଭଲ ରାସ୍ତା ନାହିଁ , ମନ୍ଦିର ରେ ଆଲୁଅ ଠୁ ଧରି ପାଣି ସମସ୍ୟା ରହିଛି ! ପାଚେରୀ ବିହୀନ ଏହି ଶିଵ ମନ୍ଦିର ରେ ପାଣି ଜମି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି ! ଏପରିକି ଏକ ନାମ ଫଳକ ନଥିବା ଯୋଗୁଁ ଲୋକେ ଜାଣି ରାସ୍ତା ପାରୁନାହାନ୍ତି l ସୁତରାଂ ପ୍ରଶାସନର ଦୃଷ୍ଟି ଆଢୁଆଳ ରେ ଥିବା ଏହି ପlତାଳେଶ୍ୱର ଶିଵ ମନ୍ଦିର ପ୍ରତି ପ୍ରଶାସନ ର ଦୃଷ୍ଟି ପଡନ୍ତା , ତେବେ ଏହା ଜିଲ୍ଲା ର ଏକ ପ୍ରମୁଖ ପଯ୍ୟଟନସ୍ଥଳୀ ର ମାନ୍ୟତା ପାଇବା ସହ ଏକ ମୂଖ୍ୟ ଶିଵ ପୀଠ ଭାବେ ପରିଗଣିତ ହୋଇ ପାରନ୍ତା l

Leave a Reply

Your email address will not be published. Required fields are marked *