ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଚଞ୍ଚକତା କରି ଜାଗା ଦଖଲ , ଫରଜି ପଦ୍ଧତିରେ ଦାଖଲ ଖାରଜ କେଶ , ଏବଂ ଶେଷରେ ଚଢା ଦରରେ ଅନ୍ୟକୁ ଜାଗା ବିକ୍ରୀ ! ରାଜଧାନୀ ଘାଟିକିଆ ରାଜସ୍ବ ସର୍କଲ ଆଇଗିଣିଆ ଗ୍ରାମର ଏହି ଘଟଣା କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କଲେ କ୍ଷତିଗ୍ରସ୍ତ ପରିବାର ! ସୂଚନା ଅନୁଯାୟୀ ଆଇଗିଣିଆ ଗ୍ରାମର ହରିହର ମହାରଣା କିଣିଥିବା ଜାଗାକୁ କ୍ଷମତା ପତ୍ର ବଳରେ ମିନତୀ ପୃଷ୍ଟି ଏବଂ ତାଙ୍କ ସ୍ୱାମୀ କୃଷ୍ଣଚନ୍ଦ୍ର ପୃଷ୍ଟି 495 ଡ଼ିସିମିଲ ଜାଗାକୁ ବିକ୍ରୀ କବଲା କରାଇ ନେଇଥିଲେ ! ପରେ ଘଟଣାକୁ ନେଇ ହରିହର ମହାରଣା ଙ୍କ ପରିବାର ଅଭିଯୋଗ କରିବାରୁ ବିକ୍ରି କବଲା ଜବତ ହୋଇଥିଲା ! ତେବେ ଜାଲ ବିକ୍ରି କବଲା ଦେଖାଇ କରାଇ ନେଇଛନ୍ତି ମ୍ୟୁଟେସନ ! ପରେ ତହସିଲ କର୍ତ୍ତୃପକ୍ଷଙ୍କୁ ହାତ କରି ଜମିର ପଟା ବାହାର କରି ଏବେ ଅନ୍ୟ ଲୋକଙ୍କୁ ଚଢା ଦରରେ ବିକ୍ରୀ କରୁଛନ୍ତି ଜମି ! ହେଲେ ଜମି କିଣିବା ଲୋକ ଘର ନିର୍ମାଣ ପାଇଁ ଆସିବା ବେଳେ ପ୍ରକୃତ ମାଲିକ କଲେ ବିରୋଧ ଏବଂ ଘଟଣା ଯାଇ ପହଁଚିଲା ଥାନାରେ ! ତେବେ ଉକ୍ତ ଜମି ଉପରେ ମାନ୍ୟବର ଅଦାଲତଙ୍କ ସ୍ଥିତାବସ୍ଥା ଆଦେଶ ଥିବାରୁ ନିର୍ମାଣ କାମ ବନ୍ଦ ରଖିବାକୁ କହିଲା ପୁଲିସ ! ଭୁବନେଶ୍ୱର ତହସିଲ ଘାଟିକିଆ ରାଜସ୍ବ ସର୍କଲ ଅଧିନସ୍ଥ ଆଇଗିଣିଆ ମୌଜାରେ ଦେଖିବାକୁ ମିଳିଛି ଏପରି ଘଟଣା ! ଆଇଗିଣିଆ ଗ୍ରାମର କ୍ଷତିଗ୍ରସ୍ତ ପରିବାର ଆଣିଛନ୍ତି ଏପରି ଅଭିଯୋଗ ! ସଂପୂର୍ଣ୍ଣ ଘଟଣାରେ ଜଣେ ପୂର୍ବତନ କର୍ପୋରେଟର , ଭୁବନେଶ୍ୱର କୋର୍ଟ ର ଜଣେ ମୋହରୀ ଏବଂ ତହସିଲ କାର୍ଯ୍ୟାଳୟର କିଛି କର୍ମଚାରୀ ପ୍ରଛଦ ପଟରେ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି !
ଆଇଗିଣିଆ ଜମି ଜାଲିଆତି ଘଟଣା : ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କଲେ କ୍ଷତିଗ୍ରସ୍ତ ପରିବାର !!!

