ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଉପରେ ଚଢ଼ାଉ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବେଆଇନ ଜୁଆ କାରବାର ବିରୋଧରେ ଚାଲିଥିବା ଅଭିଯାନ କ୍ରମେ ପାରଳାଖେମୁଣ୍ଡି ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ନୀଳା ପାଲେଇ (୨୭), ଲୋକେଶ୍ୱର ବରଡା (୨୪), ସନ୍ତୋଷ ସାହୁ (୨୬), ଦିଲ୍ଲୀ ପାସପୁରେଡ୍ଡୀ (୪୭), ଜୟରାମ ସ୍ୱାଇଁ (୩୦) ଏବଂ ହରେକୃଷ୍ଣ ବାରିକ (୪୧) ଙ୍କ ସମେତ ମୋଟ ୬ ଜଣଙ୍କୁ ଧରିଛି । ଏହି ଚଢ଼ାଉ ସମୟରେ ସେମାନଙ୍କ ନିକଟରୁ ନଗଦ ୧୬ ହଜାର ଟଙ୍କା , ୩ ଟି ମୋଟର ସାଇକେଲ / ସ୍କୁଟି ଏବଂ ୬ଟି ମୋବାଇଲ ଫୋନ ଜବତ କରାଯାଇଛି । ଏ ସମ୍ପର୍କରେ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପାରଳାଖେମୁଣ୍ଡି ସହରରେ ଜୁଆ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ବିରୋଧରେ ଗଜପତି ପୋଲିସର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଥାନା ପକ୍ଷରୁ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *