ପ୍ରାପ୍ୟ ପାଉନାହାନ୍ତି ବିହନ ଉତ୍ପାଦନକାରୀ କୃଷକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ବିହନ ଉତ୍ପାଦନକାରୀ କୃଷକ ଓଡ଼ିଶା ରାଜ୍ୟ ବିହନ ନିଗମକୁ ବିହନ ଯୋଗାଇଛନ୍ତି ! କିନ୍ତୁ ଆଠ ମାସ ହେଲା ପ୍ରାପ୍ୟ ପାଇ ନଥିବା ନେଇ ଅଭିଯୋଗ ହୋଇଛି ! ଗଜପତି ଜିଲ୍ଲା ରେ ବିହନ ଉତ୍ପାଦନକାରି କୃଷକ ମାନେ ଓଡ଼ିଶା ରାଜ୍ୟ ବିହନ ନିଗମକୁ ବିହନ ଯୋଗାଇ ଏବେ ସୁଦ୍ଧା ପ୍ରାପ୍ୟ ପାଇ ନାହାନ୍ତି । ଦୀର୍ଘ ଆଠ ମାସ ବିତି ଯାଇଥିଲେ ସୁଦ୍ଧା ପ୍ରାପ୍ୟ ପାଇ ନଥିବା କୃଷକ ନେତା ସୂର୍ଯ୍ୟ ନାରାୟଣ ପଟନାୟକ ଅଭିଯୋଗ କରିଛନ୍ତି । ଏହି ବିଷୟକୁ ନେଇ ରାଜ୍ୟ ସ୍ତର ରୁ ଆରମ୍ଭ କରି ବିଭାଗ ଅଧିକାରୀ ଙ୍କୁ ଅବଗତ କରାଯାଇଛି , କେହି ଆଜି ପର୍ଯ୍ୟନ୍ତ କର୍ଣ୍ଣପ।ତ କରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଚାଷୀ । ବର୍ତ୍ତମାନ ଚାଷ ବାସ ଲାଗିଛି , ଚାଷ ସକାଶେ ଅର୍ଥ ଆବଶ୍ୟକ ରହିଛି । ସାର କ୍ରୟ ଠାରୁ ଆରମ୍ଭ କରି ମୁଲ ମଜୁରୀ ପରି ଆନୁଷଙ୍ଗିକ ଖର୍ଚ୍ଚ ଦରକାର ପଡୁଛି ବୋଲି ପ୍ରକାଶ କରିଛନ୍ତି । ଅଧିକ ଧାନ କ୍ରୟ କରିଥିବାରୁ ଜିଲ୍ଲାରେ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପ୍ରକାଶ କରିଛନ୍ତି ଗଜପତି ଜିଲ୍ଲା ବିହନ ଅଧିକାରୀ ! ଯଥା ଶୀଘ୍ର ଏହାର ସମାଧାନ ହେବ ଏବଂ ଚାଷୀ ସେମାନଙ୍କର ପ୍ରାପ୍ୟ ପାଇବେ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *