ତୁଷାରକାନ୍ତ ଚକ୍ରବର୍ତ୍ତୀ ଙ୍କ ବ୍ୟାନର ରୁ ଗାଏବ ହେଲେ ଧର୍ମେନ୍ଦ୍ର ପ୍ରଧାନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ବାଙ୍କୀ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ଙ୍କ ବ୍ୟାନର ରୁ ଗାଏବ ହେଲେ ଧର୍ମେନ୍ଦ୍ର ପ୍ରଧାନ ! ସରକାର ବଦଳିଲା , ରଙ୍ଗ ବଦଳୁଛି ! ରାଜ୍ୟ ରାଜନୀତିର ପାଣିପାଗ ଦେଖି ବହୁ ଶଙ୍ଖ ଦଳିଆ , ଏବେ ଜୟ ଶ୍ରୀରାମ ନାରା ଦେଇ ଫୁଲ ଦଳରେ ସାମିଲ ହେଲେଣି ! ରାଜନୀତିରେ କେବଳ ପରିବର୍ତ୍ତନ ହିଁ ସତ , ଆଉ ସବୁ ଅସ୍ଥାୟୀ ! ରାଜ୍ୟ ରାଜନୀତିର ଅବସ୍ଥା ଯାହା , ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ କ୍ୟାମ୍ପ ରେ ଥିବା ନେତା ଆଉ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ! ଏହି ଟ୍ରେଣ୍ଡ ରେ ସାମିଲ ହେଲେ ବାଙ୍କୀ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ! ଆଗରୁ ଯେଉଁ କାରଣ ପାଇଁ ହେଉ କି , ନିର୍ବାଚନ ପ୍ରଚାର ହେଉ – ବାଙ୍କୀ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ଙ୍କ ବ୍ୟାନର ଲାଗିବ ମାନେ ସେଥିରେ ବାବୁ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଫଟୋ ଲାଗିବା ଥୟ ! ହେଲେ ପ୍ରଥମ ଥର ପାଇଁ ଏମିତି ବ୍ୟାନର ଦେଖିବାକୁ ମିଳିଲା , ଯେଉଁଥିରେ ଧର୍ମେନ୍ଦ୍ର ପ୍ରଧାନ ଆଉଟ ! ମହାପୁରୁଷ ମହମଦ ଜୟନ୍ତୀରେ ଲାଗିଥିବା ଶୁଭେଚ୍ଛା ବ୍ୟାନର ରେ ମୋହନ – ମନମୋହନ ଯୋଡି ଏବଂ କଟକ ସାଂସଦ ଥିବା ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗାଏବ ହୋଇ ଯାଇଛନ୍ତି ! ବାଙ୍କୀ ର ଉଷ୍ମ ରାଜନୈତିକ ବାତାବରଣ , ସମ୍ଭାବ୍ୟ ମିଶ୍ରଣ ପର୍ବ , ଦଳରେ ଆଗରୁ ସମାନ୍ତରାଳ ସଂଗଠନ ଏ ସମସ୍ତ ଗଣିତକୁ ବିଚାର କରି ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ଏପରି ନୂଆ ପଇଁତରା ଆପଣେଇ ଥିବାର ପୁରୁଖା ରାଜନୀତିଆ କହୁଛନ୍ତି !

Leave a Reply

Your email address will not be published. Required fields are marked *