ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଚଳିତବର୍ଷ ପାଇଁ ତୃତୀୟ ଥର ପାଇଁ ମହାନଦୀ ବନ୍ୟା ଜଳ ରେ ପୁନର୍ବାର ବାଙ୍କୀ ଗ୍ରାମ୍ୟ ରାସ୍ତା ଏବଂ ବିଲବାଡ଼ିରେ ପ୍ରବେଶ କରି ଚାଷୀ ଏବଂ ସାଧାରଣ ଜନତାଙ୍କ ବହୁତ କ୍ଷତି କରିଛି | ପୂର୍ବ ବନ୍ୟାର ଏ ପର୍ଯ୍ୟନ୍ତ କ୍ଷୟକ୍ଷତି ଆକଳନ ହୋଇ ନ ଥିବାର ତାଳବସ୍ତ ରାଜସ୍ବ ନିରାକ୍ଷକ କହିଛନ୍ତି | ଜଳରାଶି ବିଲ ମାନଙ୍କରୁ ସିନା ଛିଡ଼ିଲେ ଯାହା ଅଧିକାରୀ ମାନେ ତହସିଲଦାରଙ୍କୁ ରିପୋର୍ଟ ଦିଅନ୍ତେ | ଜୁନ 30 ତାରିଖର ପ୍ରଥମ ବନ୍ୟା ଠାରୁ ଆଜି ପର୍ଯ୍ୟନ୍ତ ଏବେ ବି ଅଧିକାଂଶ ବିଲ ଜଳମଗ୍ନ ରହିଛି | ବିଲିପଡ଼ା ର ପଙ୍ଗୁପାଳ ଠାରେ ରାସ୍ତାରେ ତିନି ଫୁଟର ପାଣି ପ୍ରବାହିତ ହେଉଥିବାରୁ ଖୋର୍ଦ୍ଧା ଜଟଣୀ ଭୁବନେଶ୍ୱର ଯାତାୟାତ ସବୁ ବନ୍ଦ ରହିଛି | ଲୋକମାନେ ଅନ୍ୟବାଟେ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି , ବାଙ୍କୀ ତାଳବସ୍ତ ରାସ୍ତାକୁ ଯଦି ସରକାର ଆଉ ଦଶ ଫୁଟ ଉଚ୍ଚା ସହିତ ଉଭୟ ପାର୍ଶ୍ଵ ରେ ୱାଲ ଲଗାନ୍ତେ, ଯେତେ ବଡ଼ ବଢ଼ି ହେଲେ ବି କୌଣସି ଲୋକଙ୍କର କ୍ଷତି ହୁଅନ୍ତା ନାହିଁ ବୋଲି ତାଳବସ୍ତ ବାସିନ୍ଦା ପ୍ରକାଶ କରିଛନ୍ତି | ଏହା ଉପରେ ବହୁବାର ଡମପଡା ବ୍ଳକ ବିଡ଼ିଓ, ଅଧ୍ୟକ୍ଷ ଏବଂ ବାଙ୍କୀ ଉପ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି |
ପୁର୍ନବାର ବାଙ୍କୀ ତାଳବସ୍ତ ରାସ୍ତା ବନ୍ଦ : ଚଳିତବର୍ଷ ବାଙ୍କୀରେ ତୃତୀୟ ଥର ପାଇଁ ବନ୍ୟା !!!

