ଶିଶୁ ସୁରକ୍ଷା କର୍ମଚାରୀଙ୍କ ପାଇଁ ଦିବ୍ୟାଙ୍ଗତା ସମାବେଶୀକରଣ ଉପରେ ପ୍ରଶିକ୍ଷଣ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ଦିବ୍ୟାଙ୍ଗତା ସମାବେଶୀକରଣ (Disability Inclusion) ଉପରେ ଏକଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମେଳନ କକ୍ଷ-2 ଠାରେ ସଫଳତାର ସହ ଆୟୋଜିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (DCPU), ଗଜପତି ପକ୍ଷରୁ ARUNA NGO, ର ସହଯୋଗରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦିବ୍ୟାଙ୍ଗ ଶିଶୁମାନଙ୍କର ଅଧିକାର, ଆବଶ୍ୟକତା ଏବଂ ଉପଲବ୍ଧ ସହାୟତାମୂଳକ ସେବା ସମ୍ପର୍କରେ ଶିଶୁ ସୁରକ୍ଷା ବ୍ୟବସ୍ଥା ସହ ଜଡିତ କର୍ମଚାରୀମାନଙ୍କର ବୁଝାମଣାକୁ ସୁଦୃଢ଼ କରିବା । ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଘାଟନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ଉତ୍ସର୍ଗିତା ବଡ଼ରଇତ, ଗଜପତିଙ୍କ ଦ୍ୱାରା କରାଯାଇଥିଲା। ସେ ଦିବ୍ୟାଙ୍ଗଜନଙ୍କ ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା, ପଦକ୍ଷେପ ଓ ସେବା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ SSEPD ବିଭାଗର ଭୂମିକା ସମ୍ପର୍କରେ ମଧ୍ୟ ସେ ବିସ୍ତୃତ ଭାବେ ଅବଗତ କରାଇଥିଲେ । ସୁଶ୍ରୀ ସୁସ୍ମିତା ଭୋଇ, CRS India, ପ୍ରଶିକ୍ଷଣର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଜଣାଇଥିଲେ । ଶ୍ରୀ ମନତୋଷ ବେହେରା, ଅଧ୍ୟକ୍ଷ, Open Learning System, ସାଧନ ବ୍ୟକ୍ତି ଭାବେ ଯୋଗଦେଇ Rights of Persons with Disabilities (RPwD) Act, 2016, ବିଭିନ୍ନ ସରକାରୀ ଯୋଜନା, ଅଧିକାର ଓ ସୁବିଧା ତଥା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ମାଧ୍ୟମରେ ଏହାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଶ୍ରୀ ବିଭୂତି ଭୂଷଣ ନନ୍ଦ, ବରିଷ୍ଠ ସ୍ୱତନ୍ତ୍ର ଶିକ୍ଷକ, Open Learning System, ଦିବ୍ୟାଙ୍ଗ ଶିଶୁମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରତିବନ୍ଧକତା ବିଷୟରେ ବୁଝାଇବା ସହ *ଶୀଘ୍ର ଚିହ୍ନଟ, ରେଫରାଲ୍ ଏବଂ ପ୍ରାରମ୍ଭିକ ହସ୍ତକ୍ଷେପ (Early Intervention)*ର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ସମାପନୀ ଅଭିଭାଷଣରେ ଶ୍ରୀ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଗଜପତି, ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ସମାବେଶୀ ଯତ୍ନ ଓ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ବିଭିନ୍ନ ବିଭାଗ ମଧ୍ୟରେ ଦୃଢ଼ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ସେ ପ୍ରଶିକ୍ଷଣର ମୁଖ୍ୟ ନିଷ୍କର୍ଷ ଓ ଶିକ୍ଷଣୀୟ ବିଷୟଗୁଡ଼ିକର ସାରାଂଶ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ଅମିୟ ତ୍ରିପାଠୀ, ତଥା ଶିଶୁ ମଙ୍ଗଳ ସମିତିର ଅନ୍ୟ ସଦସ୍ୟ/ସଦସ୍ୟା, ସମସ୍ତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ, ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମଚାରୀ, ମହିଳା ହେଲ୍ପଲାଇନ୍ ସଦସ୍ୟ, ଚାଇଲ୍ଡ ହେଲ୍ପଲାଇନ୍ ସଦସ୍ୟ, ୱାନ୍ ଷ୍ଟପ୍ ସେଣ୍ଟରର ସଦସ୍ୟ, CCD ଏବଂ ବିଭିନ୍ନ ସ୍ବେଚ୍ଛାସେବର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏହି ଅଧିବେଶନକୁ ଶ୍ରୀ ସାଇ ପ୍ରସାଦ ସାମଲ, ଜିଲ୍ଲା ପରାମର୍ଶଦାତା, ARUNA, ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *