ବଡମ୍ବା ରେ ପ୍ରଥମଥର ବିଜ୍ଞାପିତ ଅଞ୍ଚଳରେ ସ୍ୱାୟତ୍ତ ଶାସନ ଦିବସ ପାଳିତ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ରେ ପ୍ରଥମଥର ବିଜ୍ଞାପିତ ଅଞ୍ଚଳରେ ସ୍ୱାୟତ୍ତ ଶାସନ ଦିବସ ପାଳିତ । ବଡମ୍ବା ବ୍ଲକ ପରିସରରେ ପ୍ରଥମ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିତ୍ତରଞ୍ଜନ ଦାସ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବଡମ୍ବା ବ୍ଲକ ପଞ୍ଚାୟତ ସମିତି ଅଧକ୍ଷ ରଘୁପତି ମହାନ୍ତି, ବିଯୁଜନତା ଦଳ 30 ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ, ଗଡା଼ପୋଖରୀ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଏଲିନା ଦାସ, ସମିତି ସଭ୍ୟା ଗୋଲାପ ସାହୁ, କୋଲେଶ୍ୱର ପଞ୍ଚାୟତ ର ସରପଞ୍ଚ ସନ୍ଧ୍ୟାରାଣୀ ହୋତା ପ୍ରମୁଖ ଯୋଗ ଦେଇଥିଲେ । ସ୍ୱାୟତ୍ତ ଶାସନ ଦିବସ ଉପରେ ସମସ୍ତ ଅତିଥି ଗଣ ଉପସ୍ଥିତ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ । ପରିମଳ, ଡ୍ରେନେଜ ଏବଂ ଆଲୋକୀକରଣ ଉପରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିତ୍ତରଞ୍ଜନ ଦାସ ଆଲୋକପାତ କରାଇଥିଲେ । କିଭଳି ଆମେ କାର୍ଯ୍ୟ କରିଲେ ଆମେ ସୁସ୍ଥ ସମାଜ ଗଢିବାରେ ସକ୍ଷମ ହୋଇପାରିବା ସେ ଦିଗରେ ଉପସ୍ଥିତ ଜନତା ଙ୍କୁ ଉଦବୋଧନ ଦେଇଥିଲେ। ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍ୱଚ୍ଛ କର୍ମଚାରୀ ମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *