ପାରଳାଖେମୁଣ୍ଡି ପୋୖର ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିନସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୋୖର ପରିଷଦ କାର୍ଯ୍ୟାଳୟରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ 2026 ପାଳିତ ହୋଇ ଯାଇଛି । ସକାଳୁ ସହରର ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଲ୍ୟାର୍ପଣ କରାଯାଇଥିଲା । ପୋୖର ପରିଷଦରେ ଥିବା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୋୖର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ପୁଷ୍ପମାଲ୍ୟାର୍ପଣ କରିଥିବା ବେଳେ ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପଲ୍ୟାର୍ପଣ ପ୍ରଦାନ କରିଥିଲେ।ପରେ ପୋୖର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରିବା ପରେ ପୋୖର ପରିଷଦ ଅଧ୍ୟକ୍ଷା ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ। ପୋୖର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୂର୍ମୁ ଜନ ସାଧାରଣଙ୍କୁ ଉଦବୋଧନ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ପୋୖର ପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ, କାଉନସିଲର ବାବୁନା ବେହେରା, ବାଳ କୃଷ୍ଣ ପାତ୍ରଙ୍କ ସମେତ ମ୍ୟୁନିସିପାଲଟି ଇଂଜିନିୟର,କର୍ମଚାରୀ ବୃନ୍ଦ, କାଉନସିଲର,ସ୍ୱଚ୍ଛସାଥି ସଫେଇ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଅନ୍ତେବାସୀଙ୍କୁ ଫଳ ମିଠା ବଣ୍ଟନ କରାଯାଇଥିଲା , ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *