ବାଙ୍କୀ ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପରିବେଶ ହୋଇ ପଡିଛି କଦର୍ଯ୍ୟ ! ମହାବିଦ୍ୟାଳୟର ମୁଖ୍ୟ ଫାଟକ ପାଖରୁ କଲେଜ ବିଲଡିଂ କୁ ଯିବା ପାଇଁ ସଫା ରାସ୍ତାଟିଏ ବି ନାହିଁ ! ଆଜି କଲେଜ ଅଡିଟୋରିୟମ ରେ ଖବରକାଗଜ ଭୋକିଲା ପେଟ ର ସ୍ଵନକ୍ଷତ୍ର ଉତ୍ସବ ଆୟୋଜିତ ହେଉଥିବା ସମୟରେ କାର୍ଯ୍ୟକ୍ରମକୁ ଆସିଥିବା ଦର୍ଶକ , ନିମନ୍ତ୍ରିତ ବ୍ୟକ୍ତି ଏପରିକି ଅତିଥି ମାନେ ମଧ୍ୟ ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ !

କଥାରେ ଅଛି ଗାଁ ନିରିମଳ ସଫା ତୁଠରୁ ! ସେହି ନ୍ୟାୟରେ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ପଶିଲା ବେଳକୁ ଯେଉଁ ଦୃଶ୍ୟ ଆଖିରେ ପଡୁଛି , ସେଥିରୁ କଲେଜ ଭିତର ଅବସ୍ଥା ଏବଂ ପରିଚାଳନା କିପରି ହୋଇଥିବା ତାହା ସହଜେ ଅନୁମେୟ ! ଶିକ୍ଷାନୁଷ୍ଠାନର ସମ୍ମୁଖ ଭାଗରେ ରହିଛି ବାଙ୍କୀ ର ଗର୍ବ ଏବଂ ଗୌରବ ରାଣୀ ଶୁକଦେଇ ଙ୍କ ପ୍ରତିମୂର୍ତ୍ତି ! ସେହି ସ୍ଥାନଟି ସଂପୂର୍ଣ୍ଣ ପରିତ୍ୟକ୍ତ ଏବଂ ଲଟା ଝଟାରେ ପୁରି ରହିଛି ! ପ୍ରତିମୂର୍ତ୍ତି ର ଚାରିପାଖରେ ଥିବା ଗୋଲେଇ ପରିସୀମା ଦୁଇ ପାର୍ଶ୍ୱ ଦେଇ ମୁଖ୍ୟ ବିଲଡିଙ୍ଗ କୁ ସଂଯୋଗ କରୁଥିବା ଉଭୟ ପଟର ରାସ୍ତା ପାଣି କାଦୁଅ ରେ ଭର୍ତ୍ତି ! ମହାବିଦ୍ୟାଳୟ ଅଡିଟୋରିୟମ ରେ ସାପ୍ତାହିକ ଖବରକାଗଜ ଭୋକିଲା ପେଟର ସ୍ଵନକ୍ଷତ୍ର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ନିମନ୍ତ୍ରିତ ବ୍ୟକ୍ତି ଏବଂ ଅତିଥି ମାନେ ଏପରି ଅବସ୍ଥା ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ ! କଲେଜ ପରିସର ର ଅବସ୍ଥା , ଭିତର ଶ୍ରେଣୀ ଗୃହ ଏବଂ ଅଡିଟୋରିୟମ ର ଅବ୍ୟବସ୍ଥା ନେଇ କଲେଜ ପରିଚାଳନା ଉପରେ ପ୍ରଶ୍ନ ଉଠାଇଥିଲେ କାର୍ଯ୍ୟକ୍ରମର ଆୟୋଜକ ତଥା ସାପ୍ତାହିକ ଖବରକାଗଜ ଭୋକିଲା ପେଟର ସମ୍ପାଦକ – ପ୍ରତିଷ୍ଠା ଦିନଠାରୁ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଶିକ୍ଷା ଦାନ ଠାରୁ ଆରମ୍ଭ କରି ମହାବିଦ୍ୟାଳୟର ଉତ୍ତମ ପରିସର ଏବଂ ସଠିକ ପରିଚାଳନା କାରଣରୁ ସୁନାମ ଅର୍ଜନ କରିଥିଲା ବାଙ୍କୀ କଲେଜ ! ହେଲେ ସମୟକ୍ରମେ ସେସବୁ ହୋଇଯାଇଛି କେବଳ ଅତୀତ ! ବାଙ୍କୀ ବିଧାୟକ ଙ୍କ ଠାରୁ ଆରମ୍ଭ କରି ଅନ୍ୟ ରାଜନୈତିକ ଦଳର ନେତା ମାନେ କେବଳ ବିଭିନ୍ନ କାର୍ଯ୍ୟକ୍ରମରେ କଲେଜକୁ ଅତିଥି ହୋଇ ଯାଆନ୍ତି , ଭାଷଣ ଦେଇ ଚାଲି ଆସନ୍ତି ! ମହାବିଦ୍ୟାଳୟର ଅବସ୍ଥା ନେଇ କାହାରି ଚିନ୍ତା ନାହିଁ !

