କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସହରରେ ଥାନା ଉପରୁ ଭରସା ତୁଟୁଛି , ସୁରକ୍ଷା ପାଇଁ ଡ଼ିସିପିଙ୍କ ଦ୍ୱାରସ୍ଥ ହେଲେ ବରିଷ୍ଠ ନାଗରିକ ! ଡ୍ରାଇଭର କୁ ଚାକିରୀ ରୁ ବାହାର କରିବା ପରେ ସେ ବିଭିନ୍ନ ସମୟରେ ତାଙ୍କ ଘରକୁ ଆସି ପାଟିତୁଣ୍ଡ କରିବା ସହ ଗାଡି କାଚ ମଧ୍ୟ ଭାଙ୍ଗି ଦେଇଛି ! ଘଟଣାକୁ ନେଇ ଫେଜ 2 ଥାନାରେ ଅଭିଯୋଗ କରିବା ପରେ ପ୍ରଥମେ ପୁଲିସ ତାହାକୁ ଅଣଦେଖା କରିଥିଲା ! ପରେ ଲଗାତାର ଦ୍ବିତୀୟ ଥର ଗାଡି କାଚ ଭାଙ୍ଗିବା ସହ ଦାଦାବଟି ମାଗିବାରୁ ଆଉ ଠାରେ ଅଭିଯୋଗ କରିଥିଲେ ବରିଷ୍ଠ ନାଗରିକ ! ହେଲେ କେବଳ ମାମଲା ରୁଜୁ କରି ହାତ ବାନ୍ଧି ବସି ରହିଛି ପୁଲିସ !
ଥାନା ଉପରୁ ଭରସା ତୁଟୁଛି : ସୁରକ୍ଷା ପାଇଁ ଡ଼ିସିପିଙ୍କ ଦ୍ୱାରସ୍ଥ ହେଲେ ବରିଷ୍ଠ ନାଗରିକ !!!

