କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ସମ୍ବାଦ ଆମ ଓଡିଶା ପକ୍ଷରୁ ଧଳାପଥର କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ! ସମ୍ବାଦ ପ୍ରତିନିଧି ମାନସ ରଞ୍ଜନ ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ଦୁଇ ଶହ ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ! ଚିତ୍ରାଙ୍କନ , ହସ୍ତାକ୍ଷର ଏବଂ ଭାଷାଜ୍ଞାନ – ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ! ଧଳାପଥର କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଶାଶ୍ଵତୀ ଜେନା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କଲ୍ୟାଣୀ ସାହୁ , ସମାଜସେବୀ ନରେଶ ସାହୁ , ଭାଗିରଥି ଦାସ , ଶିକ୍ଷାବିତ ରାଜକିଶୋର ସାହୁ , ଠଣାପଲ୍ଲୀ ସେଣ୍ଟ ଜାଭିଏର ସ୍କୁଲ ର ଅଧକ୍ଷ ସୂର୍ଯ୍ୟକାନ୍ତ ପ୍ରଧାନ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବନ ବିହାରୀ ସ୍ୱାଇଁ , ପ୍ରସନ୍ନ କୁମାର ସାହୁ , ନିମାଇଁ ଚରଣ ସାହୁ , ଧ୍ରୁବ ଚରଣ ମହାପାତ୍ର ପ୍ରମୂଖ ଅତିଥି ରୂପେ ଯୋଗଦେଇ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ !
ସମ୍ବାଦ ଆମ ଓଡିଶା ପକ୍ଷରୁ ଧଳାପଥର କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଆୟୋଜିତ !!!

