ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ରଟିରେ କୁକୁଡ଼ା ଚିଆଁ ଉତ୍ପାଦନ ହେଉ ନଥିବାର ଅଭିଯୋଗ ହେଉଛି । ଯେଉଁ ଲକ୍ଷ୍ୟ ନେଇ ଏହି କୁକୁଡ଼ା ଚିଆଁ କେନ୍ଦ୍ରଟି କରାଗଲା , ବିଭାଗ କର୍ମଚାରୀଙ୍କ ଉଦାସୀନତା ବା ଆନ୍ତରିକତା ଅଭାବ ଯୋଗୁଁ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଥିବାର ଅଭିଯୋଗ ହେଉଛି । ଯାହା ଦ୍ଵାରା ଗଜପତି ଜିଲ୍ଲାର ଲୋକଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ବୋଲି ସରକାରଙ୍କ ଲକ୍ଷ ରହିଥିଲା । କିନ୍ତୁ ତାହା ହୋଇ ପାରିଲା ନାହିଁ । ସରକାର ଏଥି ପ୍ରତି ଦୃଷ୍ଟି ଦେଲେ ଚାଷୀ ଉପକୃତ ହେବେ ବୋଲି ମତ ପ୍ରକାଶ କରିଛନ୍ତି ।
ଗଜପତି ଜିଲ୍ଲାରେ ଥିବା କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ !!!

