ଅସ୍ତରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ମହାସମାରୋହରେ ପାଳିତ ହୋଇଯାଇଛି ଶ୍ରୀଗଣେଶ ପୂଜା ! ଅସ୍ତରଙ୍ଗ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ମୃଣୟ ମୂର୍ତ୍ତୀ ପୂଜା ପାଉଥିବା ବେଳେ ଅସ୍ତରଙ୍ଗ ବ୍ଲକର ଦେବୀନଦୀ କୂଳରେ ଅବସ୍ଥିତ ନଈଗୁଆଁ ଗ୍ରାମର ୧୦୦୦ ବର୍ଷ ତଳର ପୁରାତନ ସ୍ୱୟଂ ଗଣେଶ ମନ୍ଦିରରେ ପୂଜା ପାଉଛନ୍ତି ବୁଢା ଗଣେଶ । କିମ୍ବଦନ୍ତୀ ଅନୁସାରେ ଏଠାରେ ଗଜାନନ ସ୍ୱୟଂ ଆବିର୍ଭୁତ ହୋଇଛନ୍ତି । ଏହି ମନ୍ଦିରରେ ଏକ ବିଶେଷ ନୀତି ହେଲା ଏଠାରେ ୧୦୦୧ଟି ଅମୃତ ଲଡୁ ଭୋଗ ଲାଗିଥାଏ । ଏକ ପିତଳ ଥାଳିରେ ଏହି ସମସ୍ତ ଲଡୁ କୁ ମନ୍ଦିର ବେଢା ପରିକ୍ରମା କରାଯାଇଥିଲା ଏହି ସମୟରେ ଭଜନ କୀର୍ତ୍ତନ ରେ ମନ୍ଦିର ପରିସର କମ୍ପମାନ ହୋଇଥିଲା । ଏଠାରେ ବହୁତ ଶିଶୁ ଙ୍କୁ ତାଙ୍କ ପିତା ମାତା ମାନେ ନୂଆ ଖଡ଼ି ଛୁଆଁ କରୁଥିବା ଦେଖା ଯାଇଥିଲା । ଏହି ଅମୃତ ଲଡୁକୁ ଯେଉଁ ଭକ୍ତ ମାନେ ଖାଆନ୍ତି ତାଙ୍କର ବିଦ୍ୟା ବୁଦ୍ଧି ଆଉ ଜ୍ଞାନ ପରିପୂର୍ଣ ହୋଇଯାଏ ବୋଲି ବିଶ୍ୱାସ ରହିଛି । ସେହିପରି ବିଭିନ୍ନ ବିଦ୍ୟାଳୟ, କ୍ଲବ, ମନ୍ଦିର,ନଗରର ୩୦ଫୁଟର ମୂର୍ତ୍ତି ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନ – ଅସ୍ତରଙ୍ଗ ମହାବିଦ୍ୟାଳୟ , ଅସ୍ତରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ , ଅସ୍ତରଙ୍ଗ ବାଳିକା ଉଚ୍ଚ ବିଦ୍ୟାଳୟ , ସରସ୍ୱତୀ ଶିଶୁ ମନ୍ଦିର, ଅସ୍ତରଙ୍ଗ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ଵିଘ୍ନରାଜଙ୍କୁ ଭକ୍ତିପୂତ ପୁଷ୍ପାଞ୍ଜଳୀ ଦେଇଥିଲେ । ଅସ୍ତରଙ୍ଗ ବାବା ଗଣେଶ ପୂଜା ମଣ୍ଡପ, ଅସ୍ତରଙ୍ଗ ମହାଦେବ ମନ୍ଦିର, ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକରେ ତଥା ଗାଦି ବ୍ରହ୍ମ ୟୁଥ କ୍ଲବ ଖରିପଡ଼ିଆ ତରଫରୁ ମଧ୍ୟ ବିଭିନ୍ନ ସ୍ଥାନରେ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି ।
ଅସ୍ତରଙ୍ଗରେ ଗଣେଶ ପୂଜା ମହାସମାରୋହରେ ପାଳିତ !!!

