ବାଙ୍କୀ ଏନ୍ଏସି ର ମୌଳିକ ସୁବିଧା ଏବଂ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ନେଇ ଦେବାଶିଷ ଙ୍କ କ୍ଷୋଭ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଏନ୍ଏସି ର ମୌଳିକ ସୁବିଧା ଏବଂ ବର୍ଷା ଜଳ ନିସ୍କାସନ ଓ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ପାଇଁ ମୁଖ୍ୟ ଡ୍ରେନ୍ ପାଖରେ ସାମ୍ବାଦିକ ସମ୍ମିଳନୀ କଲେ ବାଙ୍କୀର ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ ଉପସଭାପତି ଡଃ ଦେବାଶିଷ ପଟ୍ଟନାୟକ । ପୂର୍ବରୁ ବାଙ୍କୀ ଏନ୍ଏସି କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱଛତା ପାଇଁ ଦୁଇ ଦୁଇଥର ପୁରସ୍କାର ମିଳିଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଓଲଟା । ପ୍ରତ୍ୟେକ ୱାର୍ଡ ର ଲୋକଙ୍କ ଘରୁ ଜଳ ନିସ୍କାସନ ହେଇ ପାରୁନଥିବା ସମୟ ରେ ଅସରାଏ ବର୍ଷା ହେଲେ ରାସ୍ତା ରେ ଜମୁଛି ଆଣ୍ଠୁଏ ଆଣ୍ଠୁଏ ପାଣି ! ବିଶେଷ କରି ରେଣୁକା କୁ ଲାଗି ୬ଗୋଟି ୱାର୍ଡ ୮,୯,୧୦,୧୧,୧୨,୧୩ ର ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅପର ପକ୍ଷରେ କୋଉଠି ଖୋଲା ମୁକୁଳା ଡ୍ରେନ୍ , ତ ଆଉ କୋଉଠି ପଙ୍କ କାଦୁଅ ରେ ଭରି ରହିଛି ଅନେକ ଡ୍ରେନ୍ । ଏସବୁ ର ସ୍ଥାୟୀ ସମାଧାନ ପାଇଁ ଏନ୍ଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ରଖିଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ ! ନଚେତ ଆଗମୀ ଦିନରେ ରାଜ ରାସ୍ତାକୁ ଓଲ୍ଲାଇ ଆନ୍ଦୋଳନ କୁ ତୀବ୍ର କରିବ ବୋଲି କଡା ଚେତାବନୀ ଦେଇଛନ୍ତି । ଆଜିର ଏ ସମ୍ମିଳନୀ ରେ ନଗର କଂଗ୍ରେସ ସଭାପତି କାଶୀନାଥ ମହାପାତ୍ର, ରମାକାନ୍ତ ସେଠୀ, ପାର୍ଥ ସାରଥୀ ପାଣି, ବିରଞ୍ଚି ବେହେରା, ସିରିଆ ମଙ୍ଗୁଆଳ,ବିଶ୍ୱରଞନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *