ବାଙ୍କୀରେ ଟିବି ମୁକ୍ତ ଭାରତ ଅଭିଯାନ : ଡମପଡା ପରେ ବାଙ୍କୀ ବଜାରରେ ଶୁଭାରମ୍ଭ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କେବଳ କାଶ ହେବା ଟିବି ରୋଗ ର ଲକ୍ଷଣ ନୁହେଁ, ଅନ୍ୟ କିଛି କାରଣ ରହିଛି ତେଣୁ ଏହାକୁ କେବେ ଅଣଦେଖା କରନ୍ତୁ ନାହିଁ | ଆଜି ଏହିପରି କିଛି ସଚେତନ ବାର୍ତ୍ତା ନେଇ ବାଙ୍କୀ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ଟିବି ସଚେତନତା ରାଲି ବାହାରିଥିଲା |ଏହାକୁ ଡମପଡା ବ୍ଳକ କାର୍ଯ୍ୟନିବାହୀ ଅଧିକାରୀ ଅଂଶୁମାନ ଦାସ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ | ଅନ୍ୟତମ ଅତିଥି ଭାବେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଆଲୋକ କୁମାର ପଟ୍ଟନାୟକ, ବାଙ୍କୀ ହସ୍ପିଟାଲ ମ୍ୟାନେଜର ଶଶିକାନ୍ତ ମିଶ୍ର, ସୁପର ଭାଈଜର ଦୁଃଶାସନ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ |ବରିଷ୍ଠ ଚିକିତ୍ସା ପରିଦର୍ଶକ ଭବାନୀ ଶଙ୍କର ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ | ଟିବି ଚମ୍ପିୟାନ, ବାଙ୍କୀ ଏନ ଏ ସି ର ସମସ୍ତ ଆଶା କର୍ମୀ , ମୋ ଭାରତ ସ୍ୱଛାସେବୀ ଶ୍ରୀମତୀ ସବିତା ମଲ୍ଲିକ, ଲଲାତେନ୍ଦୁ ପଣ୍ଡା ଯୋଗ ଦେଇ ଟିବି ଚମ୍ପିୟାନ ହେବା ପାଇଁ ବାର୍ତ୍ତା ମାଧ୍ୟମରେ ସାଧାରଣ ଲୋକ ମାନଙ୍କୁ ଉତ୍ସାହିତ କରିଥିଲେ | ଟିବି ରୋଗ ଉପରେ ବିଭିନ୍ନ ସ୍ଲୋଗାନ ଥାଇ ସଚେତନ ରାଲି ବାଙ୍କୀ ମେଡିକାଲ ରୁ ବାହାରି ବାଙ୍କୀ ବସ ଷ୍ଟାଣ୍ଡ, ବିଶ୍ରାମଗାର ଏବଂ ବ୍ୟାଙ୍କ ଛକ ଦେଇ ପରିକ୍ରମା କରିବା ସହିତ ସଚେତନ ପ୍ରଚାର ପତ୍ର ପଥଚାରୀ ମାନଙ୍କୁ ବଣ୍ଟନ କରା ଯାଇଥିଲା |କଟକ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଡମପଡା ବ୍ଲକରୁ ହିଁ ପ୍ରଥମ ସଚେତନ ରାଲି କାର୍ଯ୍ୟକ୍ରମ ପୂର୍ବରୁ କରା ଯାଇଥିଲା | ଡମପଡା ବ୍ଳକ ବିଡ଼ିଓ ଅଂଶୁମାନ ଦାସ ନୋଡାଲ ଅଫିସର ଭାବେ ରହିଛନ୍ତି |ଆଗାମୀ ସମୟରେ ଡ଼ ମପଡା ବ୍ଲକର ସମସ୍ତ ଗାଁ ପରିକ୍ରମା କରାଯିବା ସହିତ ପ୍ରଥମ ପର୍ଯ୍ୟାୟରେ ଦୁଇଜଣ ଟିବି ରୋଗୀଙ୍କୁ ଫୁଡ ବାସ୍କେଟ ଦିଆ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସଂଯୋଜକ ଭବାନୀ ପଟ୍ଟନାୟକ କହିଛନ୍ତି |

Leave a Reply

Your email address will not be published. Required fields are marked *