ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା — ଭବିଷ୍ୟତ ପିଢ଼ି ପାଇଁ ସବୁଜ ଓ ସୁସ୍ଥ ପୃଥିବୀ ଗଠନର ଆହ୍ୱାନ ! ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ୭୬ ତମ ଜନ୍ମଦିନ ଅବସରରେ ‘ଏକ ପେଡ୍ ମା’ କେ ନାମ ୩.୦’ ଅଭିଯାନ ଅଧୀନରେ ଆଜି ସକାଳେ ବାଙ୍କୀ – ଡମପଡା ବ୍ଲକ ପକ୍ଷରୁ କୁସୁପଙ୍ଗି ସ୍ଥିତ ଅନାହତ ଗୁମ୍ଫା ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ବିଧାୟକ, ବାଙ୍କୀ ଶ୍ରୀଯୁକ୍ତ ଦେବୀରଞ୍ଜନ ତ୍ରିପାଠୀ, ଜିଲ୍ଲାପାଳ, କଟକ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଧେ, ଉପଜିଲ୍ଲାପାଳ ଶ୍ରୀମତୀ ମୋନୋସ୍ଵିନୀ ଦାସ, ବି.ଡି.ଓ ବାଙ୍କୀ – ଡମପଡା ବ୍ଲକ ଶ୍ରୀ ଅଂଶୁମାନ ଦାସ, ଅଧକ୍ଷ ଶ୍ରୀ ପ୍ରଣବ କିଶୋର ପଟେଲ, ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଆଶିଷ କୁମାର ସାହୁଙ୍କ ସମେତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ଅଭିଯାନ ମାଧ୍ୟମରେ ସମସ୍ତଙ୍କୁ ପରିବେଶ ସୁରକ୍ଷାରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ଚାରା ଲଗାଇବା, ମିଳିମିଶି ଆମ ପରିବେଶର ଯତ୍ନ ନେବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଏକ ସୁନ୍ଦର ଓ ସବୁଜ ପୃଥିବୀ ଗଢ଼ି ତୋଳିବା ଏହି ଅଭିଯାନର ମୁଖ୍ୟ ବାର୍ତ୍ତା ରହିଛି।
ଏକ ପେଡ୍ ମା’ କେ ନାମ ୩.୦ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

