ବିରଳ ରୋଗରେ ପୀଡିତ ତ୍ରିଶିକାଙ୍କ ପାଇଁ ବାଙ୍କୀରେ ଆର୍ଥିକ ସହାୟତା ସଂଗ୍ରହ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବିରଳ ରୋଗରେ ପୀଡିତ ତ୍ରିଶିକାଙ୍କ ପାଇଁ ବାଙ୍କୀରେ ଆର୍ଥିକ ସହାୟତା ସଂଗ୍ରହ | ସଂଗ୍ରହ ହୋଇଥିବା ଟଙ୍କାକୁ ପୀଡିତାଙ୍କ ବାପାଙ୍କ ପାଖକୁ ପଠାଗଲା | 6 ମାସ ଭିତରେ 16 କୋଟି ଟଙ୍କାଖର୍ଚ୍ଚ କରିବାକୁ ପଡିବ | ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଜି ଦୁଇବନ୍ଧୁ ତନ୍ମୟ କୁମାର ବେହେରା ଓ ସ୍ମୃତିରାଜ ନାୟକଙ୍କର ଏକ ନିଆରା ଜନ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ସାଧାରଣ ଲୋକ ଏବଂ ସାମାଜିକ ଅନୁଷ୍ଠାନ ମାନେ ଯୋଗ ଦେବା ସହ, ବାଙ୍କୀ ବୁଦ୍ଧିଜୀବୀ ମହଲରେ ମଧ୍ୟ ଢେର ପ୍ରଶଂସା କରାଯାଇଛି |ଜଣେ ବାପାବୋଉଙ୍କର ନିଜ ଛୋଟ ଝିଅର ଚିକିତ୍ସା ପାଇଁ ସାମାଜିକ ଗଣମାଧ୍ୟମରେ ବ୍ୟାକୁଳତା ଭରା ଦୁଖଃଦ ନିବେଦନ ବାର୍ତ୍ତା ମୋବାଇଲରୁ ମୋବାଇଲିକୁ କିଛିଦିନ ହେବ ଘୁରି ବୁଲୁଛି |ଘଟଣାଟି ହେଉଛି ଯାଜପୁର ଜିଲ୍ଲା ଅରେଇକଣା ଗ୍ରାମର ଦମ୍ପତି ମୁକେଶ ଚନ୍ଦ୍ର ରାୟ ଏବଂ ବର୍ଷାରାଣୀ ଜେନାଙ୍କ 17 ମାସର ଝିଅ ତ୍ରିଶିକାଙ୍କ ଦେହ ଖରାପ ଘଟଣା | ଏତେ ଛୋଟ ଝିଅ କୁ ବିରଳ ରୋଗ ଏସ ଏମ ଏ ଟାଇପ 2 ( SMA type 2 )ମାସକ ତଳେ ହୋଇଥିଲା | ଝିଅଟି ବର୍ତ୍ତମାନ କଟକ ଓ ଭୁବନେଶ୍ୱରର ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲରେ ଚିକିତ୍ସା ହେଉଛନ୍ତି | ନିଶ୍ୱାସ ନେବାରେ କଷ୍ଟ ସାଙ୍ଗକୁ ପ୍ରତି ମୁହୂର୍ତ୍ତରେ ବାନ୍ତି ହେଉଥିବା ତ୍ରିଶିକାଙ୍କ ବାପା ମାଆଙ୍କୁ ଡାକ୍ତର କହିଛନ୍ତି 6 ମାସ ଭିତରେ 16 କୋଟି ମୂଲ୍ୟର ଏକ ଇଞ୍ଜେକ୍ସନ (ଜୋଲଜିମା )ଦେବାକୁ ହେବ | ଉକ୍ତ ଇଞ୍ଜେକ୍ସନଟି ବିଦେଶରୁ କ୍ରୟ କରି ଅଣାଯିବ | ନିକଟରେ ଉଭୟ ଦମ୍ପତି ପୁରୀ ଯାଇ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଝିଅକୁ ବାଇଶି ପାହାଚରେ ଗଡ଼ାଇ,ଜୀବନ ବଞ୍ଚାଇ ଦେବାକୁ ଆକୁଳ ପାର୍ଥନା କରିଛନ୍ତି | ଓଡିଶା ସରକାରଙ୍କୁ ମଧ୍ୟ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି | ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତି ବିଶେଷ ତ୍ରିଶିକାଙ୍କୁ ନିଜ ସକ୍ଷମ ମୁତାବକ ସହଯୋଗ ରାଶି ପଠାଉଛନ୍ତି |ଆଜିକା ଦିନରେ 25 ଲକ୍ଷ ଟଙ୍କା ଧାର ଉଧାର କରି ଏହି ଦମ୍ପତି ନିଜ ଝିଅକୁ ସୁସ୍ଥ କରିବା ପାଇଁ ଖର୍ଚ୍ଚ କରି ସାରିଲେଣି ବୋଲି ତ୍ରିଶିକାଙ୍କ ବାପା ମୁକେଶ ରାୟ କୁହନ୍ତି | ବିରଳ ରୋଗରେ ପୀଡିତା ତ୍ରିଶିକାଙ୍କ ଜୀବନ ରକ୍ଷା ପାଇଁ ଆଜି ବାଙ୍କୀ ମହାବିଦ୍ୟାଳୟ ସମ୍ମୁଖରେ ଅରପୁରର ସବୁଜସାଥି ଫାଉଣ୍ଡେସନ ଟ୍ରଷ୍ଟ,,ସାହାଡ଼ାପଦାର ମା ଚର୍ଚ୍ଚିକା ନାରୀ ଜାଗୃତି ପରିଷଦ ଏବଂ ବାଙ୍କୀ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ସ୍ବେଛାସେବୀ ମାନେ ପଥଚାରି, ଛାତ୍ରଛାତ୍ରୀ ଏବଂ ମହାବିଦ୍ୟାଳୟର କର୍ମଚାରୀ ଓ ଅଧ୍ୟାପିକା ଅଧ୍ୟାପକ ମାନଙ୍କ ଠାରୁ ସହଯୋଗ ରାଶି ସଂଗ୍ରହ କରିଥିଲେ | | ଆଦାୟ ହୋଇଥିବା ନଗଦ 10 ହଜାର ଟଙ୍କାକୁ ତ୍ରିଶିକାଙ୍କ ବାପାଙ୍କ ପାଖକୁ ସଂଗେ ସଂଗେ ପଠାଇ ଦିଆଯାଇଛି |ମଧ୍ୟ ସିଧାସଳଖ ଆର୍ଥିକ ରାଶି ତ୍ରିଶିକାଙ୍କ ପରିବାର ପାଖରେ ପହଂଚିପାରିଛି || ବାଙ୍କୀର ଦୁଇ କଲେଜ ବନ୍ଧୁ ସ୍ମୃତିରାଜ ଓ ତନ୍ମୟଙ୍କ ପାଠପଢ଼ା ସାଙ୍ଗକୁ କମ ବୟସରେ ସମାଜସେବା ଆଗ୍ରହକୁ ବାଙ୍କୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ସରସ୍ବତୀ ବେହେରା, ପ୍ରକୃତିବନ୍ଧୁ ଅକ୍ଷୟ କୁମାର ସାମଲ, ନାରୀନେତ୍ରୀ ପ୍ରତିମା ନାୟକ ପ୍ରମୁଖ ପ୍ରଶଂସା କରିଵା ସହିତ ଉପସ୍ଥିତ ରହି ଦାତା ମାନଙ୍କୁ ଉତ୍ସାହିତ କରିଥିଲେ |

Leave a Reply

Your email address will not be published. Required fields are marked *