ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ସ୍ମିତା ରାଉତ ଓ ଡେପୁଟି ଡାଇରେକ୍ଟର ଶ୍ରୀ ଚନ୍ଦନ କୁମାର ରଥ ନୟାଗଡ଼ ଜିଲ୍ଲାର ବିଭିନ୍ନ ପିଏମ୍ ଶ୍ରୀ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷାକାର୍ଯ୍ୟର ନିରୀକ୍ଷଣ ଓ ସମୀକ୍ଷା କରିଥିଲେ। ଏହି ପରିଦର୍ଶନ ସମୟରେ ପି ଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ଲାଠିପଡ଼ା , ପି ଏମ୍ ଶ୍ରୀ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼,ପି ଏମ୍ ଶ୍ରୀ ଏନ୍ ଏ ସି ଉଚ୍ଚ ବିଦ୍ୟାଳୟ ନୟାଗଡ଼, ପି ଏମ୍ ଶ୍ରୀ ହାଇଅର୍ ସେକେଣ୍ଡାରୀ ଉଚ୍ଚ ବିଦ୍ୟାଳୟ ମହିପୁର , ପି ଏମ୍ ଶ୍ରୀ ସୋଲପଟା ଉଚ୍ଚ ବିଦ୍ୟାଳୟ ପରେ ପି ଏମ୍ ଶ୍ରୀ ଆର ସି ଉଚ୍ଚ ବିଦ୍ୟାଳୟ ଖଣ୍ଡପଡ଼ା ଆଦି ବିଦ୍ୟାଳୟ ଗୁଡ଼ିକ ପରିଦର୍ଶନ କରିଥିଲେ। ସରକାରଙ୍କର ବିଭିନ୍ନ ଯୋଜନା ଗୁଡ଼ିକ ଓ ପି ଏମ୍ ଶ୍ରୀ ବିଦ୍ୟାଳୟର ସୁପରିଚାଳନା ପାଇଁ ମତ ବ୍ୟକ୍ତ କରିବା ସହ ଭିତ୍ତିଭୂମିକୁ ଗୁରୁତ୍ୱ ଦେଇଥିଲେ । ସରକାରୀ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ସୃଦୁଢ କରିବା ପାଇଁ ଅନ୍ୟ ବିଭାଗ ସହ ସହଯୋଗ କରିବା ପାଇଁ ଉପଦେଶ ଦେଇଥିଲେ।ପରିଦର୍ଶନ ସମୟରେ ଶିଶୁ ବାଟିକା କାର୍ଯ୍ୟକ୍ରମ ସୁଚାରୁ ଭାବେ ଚାଲୁଥିବା ଦେଖାଯାଇଥିଲା। ଖେଳାଧାରିତ ଶିକ୍ଷା ପ୍ରଣାଳୀ ଓ ଟିଚିଂ–ଲର୍ଣ୍ଣିଂ ମେଟେରିଆଲ (ଯାଦୁ ପେଟି) ବ୍ୟବହାର ବ୍ୟାପକ ଭାବରେ ହେଉଥିବା ପରିଲକ୍ଷିତ କରି ଖୁସୀ ବ୍ୟକ୍ତ କରିଥିଲେ। ସମସ୍ତ ବିଦ୍ୟାଳୟରେ ଶିକ୍ଷଣ ସୋପାନ ରେଜିଷ୍ଟର ରଖାଯାଇଥିବା ସହ ପାଠନ ଅଭିଯାନ ଓ ରିମେଡିଆଲ ସହାୟତା ସକ୍ରିୟ ଭାବେ କାର୍ଯ୍ୟକରୀ ହେଉଥିବା ଦେଖିଥିଲେ।ତାଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପାଣ୍ଡେ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବନଲତା ବେହେରା, ବ୍ଲକ୍ ଶିକ୍ଷା ଅଧିକାରୀ ନୂଆଗାଁ,ବ୍ଲକ୍ ଶିକ୍ଷା ଅଧିକାରୀ ଗଣିଆ ଉପସ୍ଥିତ ଥିଲେ ।
ନୟାଗଡ଼ ଜିଲ୍ଲାର ପିଏମ୍ ଶ୍ରୀ ବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା !!!

