ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜିଲ୍ଲା ସାଲେପୁର ବ୍ଲକ୍ କିଶିନାପୁର ଗ୍ରାମରେ ଐତିହାସିକ ଚାଟେଶ୍ୱର ମନ୍ଦିରରେ ମା ବନଦୁର୍ଗା ଙ୍କ ନବରାତ୍ର ପୂଜା ଆଜିଠାରୁ ଆରମ୍ଭ ହୋଇଛି । ଆଦିଶକ୍ତି ମାଆ ଦୁର୍ଗା ଏବଂ ତାଙ୍କର ନଅଟି ରୂପର ଆରାଧନା ପାଇଁ ଏକ ପବିତ୍ର ଓ ମହତ୍ତ୍ୱପୂର୍ଣ୍ଣ ପର୍ବ । ଆଦିଶକ୍ତିଙ୍କ ଆରାଧନା , ଏହି ନଅ ଦିନ ଧରି ମାଆ ଦୁର୍ଗାଙ୍କର ନଅଟି ଭିନ୍ନ ରୂପ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ ଙ୍କୁ ପୂଜା କରାଯାଏ । ଶକ୍ତିପୀଠ ଓ ମନ୍ଦିରମାନଙ୍କରେ ନବରାତ୍ର ପୂଜା ଅତ୍ୟନ୍ତ ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଏ । ନବରାତ୍ର ପାଳନ ଦ୍ୱାରା ମନରୁ ନକାରାତ୍ମକ ଚିନ୍ତା ଦୂର ହୁଏ ଏବଂ ଆଧ୍ୟାତ୍ମିକ ଶକ୍ତି ଓ ସକାରାତ୍ମକ ଭାବ ଜାଗ୍ରତ ହୁଏ । ପୌରାଣିକ ବିଶ୍ୱାସ ରହିଛି ଯେ , ଦେବୀ ଭାଗବତ ପୁରାଣ ଓ ଶାସ୍ତ୍ର ଅନୁଯାୟୀ, ମାଆ ଦୁର୍ଗା ଏହି ସମୟରେ ବିଭିନ୍ନ ବାହନରେ ଆସି ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି ।
ଐତିହାସିକ ଚାଟେଶ୍ୱର ମନ୍ଦିରରେ ମା ବନଦୁର୍ଗା ଙ୍କ ନବରାତ୍ର ପୂଜା ଆରମ୍ଭ !!!

