କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ଇନ୍ଦ୍ରାଣୀପାଟଣା ପଞ୍ଚାୟତ ଚଷାପଡା ଗ୍ରାମ ହରି ଖଳା ନିକଟସ୍ଥ ନିଗମାନନ୍ଦ ଆଶ୍ରମ ରେ ନୂତନ ଭାବରେ ଉଦଘାଟନ ହୋଇଛି ହୋମପାଥିକ କ୍ଲିନିକ ! ଗରିବ ଶ୍ରେଣୀ ର ଲୋକ ମାନକୁ ସହଯୋଗ ର ହାତ ବଢ଼ାଇବା ପାଇଁ ଆଗକୁ ପାଦ ବଢ଼ାଇଛନ୍ତି ଚଷାପଡ଼ା ଗ୍ରାମର ବ୍ୟକ୍ତି ମନୋଜ କୁମାର ବେହେରା ! ନିଃଶୁକ୍ଳ ସ୍ଥାୟୀ ସ୍ୱାସ୍ଥ୍ୟ ସେବା କରିବା ପାଈଁ ଏହି ଉଦ୍ୟମକୁ ସବୁରି ମହଲରେ ପ୍ରଶଂସା କରାଯାଇଛି ! ଗରିବ ଦିନ ମଜୁରୀଆ ଲୋକଙ୍କ ରୋଜଗାର ସୀମିତ ଥିବାରୁ ଖାଇବା ହେଉ କିମ୍ବା ସ୍ୱାସ୍ଥ୍ୟ ଖରାପ ହେଉ ବିଭିନ୍ନ ସମୟରେ ଏଲୋପାଥିକ ଔଷଧ ଖାଇବା ପାଇଁ ଅର୍ଥ ଅଭାବ ହୋଇଥାଏ ! ଏଲୋପାଥିକ ଔଷଧର ମୂଲ୍ୟ ଅଧିକ ହୋଇଥିବାରୁ କିଣିବା ପାଈଁ ଅସମର୍ଥ ହୋଇଥାନ୍ତି , ହୋମିଓପାଥିକ ଔଷଧ ର ମୂଲ୍ୟ ସ୍ୱଳ୍ପ ଥିବା ବେଳେ କିପରି ବିନା ମୂଲ୍ୟରେ ଲୋକଙ୍କୁ ସେବା ଯୋଗାଇ ହେବ ସେଥିପାଇଁ ପ୍ରୟାସ କରାଯାଇଛି ! ଆୟୋଜିତ ନିଶୁଲ୍କ ସ୍ୱାସ୍ଥ୍ୟସେବା ଶିବିର କୁ ପରିଚାଳନା କରିଥିଲେ କୁଳମଣି ତରାଇ, ବଂଶୀଧର ଶୁକ୍ଳ, ସରୋଜ ରାଉତ , ପବିତ୍ର ମୋହନ ଗୋଛାୟତ ! କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ସଂଜୟ ପ୍ରଧାନ, ଶିବ ସାହୁ, ସୋହନ ସାହୁ, ପ୍ରଦୀପ ବିଶ୍ଵଳ, ଦିଲୀପ ବିଶ୍ୱାଳ , ଲକ୍ଷ୍ମଣ ମହାନ୍ତି, ରଘୁନାଥ ସାହୁ, ଏବଂ କାଁହୁ ଚରଣ ସ୍ୱାଇଁ !
ନିଶୁଲ୍କ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ !!!

