ଅଣ ଆବାସିକ ତାଲିମ ଶିବିର କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର ଗୋଶାଣୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା କୃଷି ବିଭାଗର କନଫେରାନ୍ସ ହଲ ଠାରେ ଅଣ ଆବାସିକ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ରବୀନ୍ଦ୍ର କୁମାର ଆଡ଼େକ , ସ୍କିମ ଅଫିସର ସୁରଜ ପାତ୍ର, ସହକାରୀ କୃଷି ଅଧିକାରୀ ପ୍ରମୁଖ ମଞ୍ଚ।ସିନ ଥିଲେ।ଏହି କାର୍ଯ୍ୟକ୍ରମ ରେ ଗୋଶାଣୀ ବ୍ଳକର ବିଭିନ୍ନ ପଞ୍ଚାୟତର କୃଷକ ସାଥି ମାନେ ତାଲିମ ନେଇଥିଲେ।ଆଗାମୀ ରବି ଋତୁ ରେ କିପରି ଧାନ ପରିବର୍ତ୍ତେ ଡାଳି ଜାତୀୟ,ତୈଳ ଜାତୀୟ ଚାଷ କରିବେ କିପରି ଚାଷ କଲେ ଅଧିକ ଅମଳ ହେବ,ଚାଷୀ ଅଧିକ ଉପାର୍ଜନ କରିପାରିବେ ଓ ସେମାନଙ୍କ ଅର୍ଥନୈତିକ ଓ ସାମାଜିକ ଅଭିବୃଦ୍ଧି ହେବ ତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ଥିଲା ତା ସହ କୃଷକ ସାଥି ମାନେ ଚାଷୀଙ୍କ ନିକଟକୁ ଯାଇ ଏହି ବିଷୟରେ ବୁଝାଇବେ ଓ ଚାଷୀଙ୍କୁ ସଚେତନତା କରିପାରିବେ ତା ଉପରେ ତାଲିମ ପ୍ରଦାନ କରାଯାଇଥିଲା।କୃଷି ବିଭାଗର କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *