ପିଏମ୍-କିଷାନର ୨୪ତମ କିସ୍ତି ପ୍ରଦାନ ଅବସରରେ ନୟାଗଡ଼ରେ ଜିଲ୍ଲାସ୍ତରୀୟ ଉତ୍ସବ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଗୁଜରାଟର ବନାସକାଣ୍ଠାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶର ଯୋଗ୍ୟ ହିତାଧିକାରୀମାନଙ୍କୁ ପିଏମ କିଷାନ ଯୋଜନାର ୨୪ତମ କିସ୍ତି ପ୍ରଦାନ କରିଛନ୍ତି l ଏହି ଅବସରରେ ନୟାଗଡ଼ର ପଞ୍ଚାୟତ ସମିତି ସଭାଗୃହଠାରେ ପୂର୍ବାହ୍ନ ୯ ଘଟିକା ସମୟରେ ଏକ ଜିଲ୍ଲାସ୍ତରୀୟ ପିଏମ୍ କିଷାନ ଉତ୍ସବ ଦିବସ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଇଂ ଦେବାଶିଷ ପଟ୍ଟନାୟକ, ବାଚସ୍ପତିଙ୍କ ପ୍ରତିନିଧି ଶ୍ରୀ ନିର୍ମଳ କୁମାର ମତଗଦସିଂ, ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, କୃଷି ବିଜ୍ଞାନ କେନ୍ଦ୍ର, ପାଣିପୋଇଲାର ମୁଖ୍ୟ ବୈଜ୍ଞାନିକ ଡ. ଅନିଲ କୁମାର ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କାର୍ଯକ୍ରମର ସିଧାପ୍ରସାରଣ କରାଯିବାସହ ନୟାଗଡ଼ ଜିଲ୍ଲାର ମୋଟ ୭୮,୭୪୩ ଜଣ ଚାଷୀଙ୍କୁ ୨୦୦୦ ଲେଖାଏଁ ସମୁଦାୟ ୧୫ କୋଟି ୭୪ ଲକ୍ଷ ୮୬୦୦୦ ଟଙ୍କା ସିଧାସଳଖ DBT ମାଧ୍ୟମରେ ପ୍ରଦାନ କରାଯାଇଛି । ଏହି କାର୍ଯକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, କୃଷି ବିଭାଗର କର୍ମଚାରୀ, କୃଷକ ଓ ପିଏମ୍-କିସାନ ହିତାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ l ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ଡ. ପରେଶ କୁମାର ପଣ୍ଡାଙ୍କ ସଂଯୋଜନାରେ ଏହି ସଭା ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *