ବଡ଼ ରାଧାକାନ୍ତ ମନ୍ଦିର ପ୍ରାଙ୍ଗଣରେ ଗୋ-ସମ୍ମାନ ଆହ୍ୱାନ ଅଭିଯାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ବଡ଼ ରାଧାକାନ୍ତ ମନ୍ଦିର ପ୍ରାଙ୍ଗଣରେ ଗୋ-ସମ୍ମାନ ଆହ୍ୱାନ ଅଭିଯାନ ଅବସରରେ ପୂଜ୍ୟ ଶ୍ରୀ ଅମୃତାନନ୍ଦ ଗିରି ମହାରାଜ, ପୂଜ୍ୟ ଶ୍ରୀ କ୍ରାନ୍ତି ସ୍ୱରୂପାନନ୍ଦ ଗିରି ମହାରାଜ ଏବଂ କେନ୍ଦ୍ରୀୟ ନନ୍ଦୀ ବାବାଙ୍କ ସମେତ ବହୁ ସାଧୁସନ୍ଥ ଓ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ କୈଳାଶ ଚନ୍ଦ୍ର ଗୌଡ଼ (ଗୋ-ସମ୍ମାନ ଆହ୍ୱାନ ଅଭିଯାନ ସମ୍ଭାଗ ପ୍ରଭାରୀ), ସନ୍ଥ ସତ୍ୟନାରାୟଣ ଦାସ ମହାରାଜ (ଗଜପତି ଜିଲ୍ଲା ସନ୍ଥ ସମିତି), ଗିନ୍ନି କୁର୍ମା ରେଡ୍ଡୀ (ଗୋ-ସମ୍ମାନ ଆହ୍ୱାନ ଅଭିଯାନ ଜିଲ୍ଲା ପ୍ରଭାରୀ), ରମେଶ ଚନ୍ଦ୍ର ପାତ୍ର (ଜିଲ୍ଲା ସମ୍ପାଦକ), ମନୋଜ କୁମାର ଦାଶ (ଗୋ-ସେବା ଓ ସମ୍ବର୍ଦ୍ଧନା ପ୍ରମୁଖ)ଙ୍କ ସମେତ ବିଶ୍ୱ ହିନ୍ଦୁ ପରିଷଦ ଗଜପତି ଜିଲ୍ଲାର ଅନ୍ୟାନ୍ୟ ପଦାଧିକାରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଗୋମାତାଙ୍କ ସୁରକ୍ଷା, ସମ୍ମାନ ଓ ସଂରକ୍ଷଣ ପାଇଁ ସମସ୍ତେ ଏକତ୍ରିତ ହୋଇ ସମାଜରେ ଗୋ ସମ୍ମାନ,ଗୋ-ସେବା ଓ ଗୋ-ସୁରକ୍ଷାର ବାର୍ତ୍ତା ସମାଜର ପ୍ରେତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଚେଷ୍ଟା କରିବାକୁ ଆହ୍ୱାନ ଦେଇଥିଲେ ତଥା ଭୁବନେଶ୍ୱର ରେ ୧୭ଡିସେମ୍ବର ୨୦୨୬ ରେ ହେବାକୁଥିବା ଗୋ ସମ୍ମାନ ଆବାହନ ଅଭିଯାନ ର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେଲା।

Leave a Reply

Your email address will not be published. Required fields are marked *