ପାରାଦ୍ଵୀପ ଇଣ୍ଡୋର୍ ଷ୍ଟାଡିୟମ୍ ରେ ବ୍ୟାଡମିଣ୍ଟନ୍ କୋଟ କ୍ଷତିଗ୍ରସ୍ତ : ଶୁଣୁନାହାନ୍ତି କର୍ତ୍ତୃପକ୍ଷ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ପାରାଦ୍ଵୀପ ଇଣ୍ଡୋର୍ ଷ୍ଟାଡିୟମ୍ ରେ ପାରା ଯୁଡୋ ପ୍ରତିଯୋଗିତା ବେଳେ ବ୍ୟାଡମିଣ୍ଟନ୍ କୋଟ କ୍ଷତିଗ୍ରସ୍ତ, ମରାମତି ଅନୁରୋଧକୁ କର୍ତ୍ତୃପକ୍ଷଙ୍କ କର୍ଣ୍ଣପାତ ନାହିଁ ! ପାରାଦ୍ଵୀପ ଇଣ୍ଡୋର୍ ଷ୍ଟାଡିୟମ୍‌ରେ ପାରା ଯୁଡୋ ପ୍ରତିଯୋଗିତାକୁ ନେଇ ଏକ ବଡ଼ଧରଣର ସମସ୍ୟା ସାମ୍ନାକୁ ଆସିଛି। ପ୍ରତିଯୋଗିତା ସମୟରେ ଷ୍ଟାଡିୟମ୍‌ର ମୂଲ୍ୟବାନ୍ ବ୍ୟାଡମିଣ୍ଟନ୍ କୋଟ ଗୁଡ଼ିକ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି । ଏ ବିଷୟରେ ସ୍ଥାନୀୟ ଖେଳାଳି ଏବଂ କ୍ରୀଡ଼ାପ୍ରେମୀମାନେ ଇଣ୍ଡୋର ଷ୍ଟାଡିୟମ ର ଇନଚାରର୍ଜ୍ ବିଶ୍ୱଜିତ୍ ମାହାରୀ ଙ୍କୁ ଅବଗତ କରାଇବା ସହିତ ତୁରନ୍ତ ମରାମତି କରିବାକୁ ଅନୁରୋଧ କରିଥିଲେ। ମାତ୍ର ଇନଚାରର୍ଜ୍ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରିବା ସହ ଏଥିପ୍ରତି ଆଦୌ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଜିଲ୍ଲା କ୍ରୀଡା ଅଧିକାରୀ ଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ! ନିୟମିତ ବ୍ୟାଡମିଣ୍ଟନ୍ ଅଭ୍ୟାସ କରୁଥିବା ଖେଳାଳିମାନେ ପ୍ରକାଶ କରିଛନ୍ତି ଯେ ଏଭଳି ଅବହେଳା ଜାରି ରହିଲେ ଆଗାମୀ ଦିନରେ ସ୍ଥାନୀୟ ଖେଳାଳିମାନେ ଅଭ୍ୟାସ କରିବାରୁ ବଞ୍ଚିତ ହେବେ ଏବଂ ଷ୍ଟାଡିୟମ୍‌ର ମୌଳିକ କ୍ରୀଡ଼ା ମଞ୍ଚଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ତେଣୁ ଜିଲ୍ଲା ପ୍ରଶାସନ ଏବଂ ସମ୍ପୃକ୍ତ କ୍ରୀଡ଼ା କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଜୋର ଧରିଛି।

Leave a Reply

Your email address will not be published. Required fields are marked *