ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ପାରାଦୀପ ପୌରପାଳିକା ରେ ବିଭିନ୍ନ କାର୍ଯ୍ୟ ପାଇଁ ହେଉଥିବା ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ଆଜି ପୌର ଉପାଧ୍ୟକ୍ଷା ଓ ୨ ପାରିଷଦ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା l ତେବେ ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ପାରାଦୀପ ଆଦର୍ଶ ଥାନା ଅଧୀକାରିଣୀ ବବିତା ଦେହୁରୀ, ଧାରଣାରତ ପୌର ଉପାଧ୍ୟକ୍ଷା ଛବିଲତା ରାଉତ ଓ ୨ ପାରିଷଦ ମନୋଜ ନାୟକ ଓ ଜୟନ୍ତୀ ମାଦଳେଇଙ୍କୁ ଡାକି ଆଲୋଚନା କରିଥିଲେ ! ଆଗାମୀ ୪ ଦିନ ମଧ୍ୟରେ ସେମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ଯାହୃତ ହୋଇଛି l
ପାରାଦୀପ ପୌର ପାଳିକା ରେ ଦୁର୍ନୀତି ଅଭିଯୋଗ !!!

