ନାଲି ମାଟି, କଳା ପଥର ମାଫିଆ ସକ୍ରିୟ : ତହସିଲଦାର ନଥିବାରୁ ଚାଲିଛି ରାତି ଅଧିଆ ଚୋରି !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପ୍ରାୟ ସପ୍ତାହ ହେବ ବାଙ୍କୀ ଡମପଡା ତହସିଲଦାର ସୁଶ୍ରୀ ବୈଶାଖୀ ଲେଙ୍କାଙ୍କର ଢେଙ୍କାନାଳ ହିନ୍ଦୋଳ ବ୍ଳକକୁ ବଦଳି ହୋଇଛି | ତେଣୁ ଏହି ସୁଯୋଗରେ ତାଳବସ୍ତ ଅଞ୍ଚଳରେ ବନ୍ଦ ହୋଇ ଯାଇଥିବା ନାଲି ମୋରମ ଚୋରଙ୍କ ରାତି ଅଧିଆ ବ୍ୟବସାୟ ଜୋରସୋର ଚାଲିଛି |ବ୍ୟବସାୟୀ ମାନେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ଇସାରାରେ ନିର୍ଭୟରେ ସ୍ଥାନୀୟ ଜେସିବି, ଟ୍ରାକ୍ଟର ଦ୍ଵାରା ଖୁଲୁମ ଖୋଲା ଚୋରା ବ୍ୟବସାୟ ଚଳେଇଛନ୍ତି |ଏହି ଚୋରା କାର୍ଯ୍ୟରେ ତହସିଲରେ କାମ କରୁଥିବା କିଛି କର୍ମଚାରୀ ଆଗୁଆ ସୂଚନା ପ୍ରଦାନ କରୁଛନ୍ତି | ଏସିଆର ସର୍ବ ବୃହତ୍ତ ତାଳବସ୍ତ ଖଡ଼ି ମାଇନିଂ 2008 ରୁ ଅଭୟାରଣ ଘୋଷଣାର ନିୟମ ଅନୁସାରେ ଆଜି ପର୍ଯ୍ୟନ୍ତ ବନ୍ଦ ରହିଅଛି | ସେହି ଅଂଚଳ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ତାଳବସ୍ତରେ ରହିଛି ବନପାଳଙ୍କ କାର୍ଯ୍ୟାଳୟ | ଜଙ୍ଗଲ ସଫାକରି ନାଲି ମାଟି ଖନନ କରି ବିକ୍ରି କରିବାକୁ ନିନ୍ଦା କରିଛନ୍ତି ପ୍ରକୃତିପ୍ରେମୀ ଅକ୍ଷୟ କୁମାର ସାମଲ | ତଳବଷ୍ଟ ଫାଣ୍ଡି ଏବଂ ତାଳବସ୍ତ ରାଜସ୍ବ ଅଧିକାରୀଙ୍କ କାର୍ଯ୍ୟାଳୟ ଦେଇ ଶହ ଶହ ଚୋରା ବାଲି ବିକ୍ରି ହେବାକୁ ଯାଉଥିବା ବେଳେ, ଅଧିକାରୀ ମାନେ କିପରି କିଛି ଜାଣିପାରୁନାହାନ୍ତି ବୋଲି ସାମାଜିକ କର୍ମୀ ପୀତବାସ ମହାନ୍ତି କୁହନ୍ତି | ଏ ସମ୍ପର୍କରେ ତାଳବସ୍ତ ବନପାଳ ଶ୍ରୀଯୁକ୍ତ ବାଲେଶ୍ୱର କଅଁର କୁହନ୍ତି ଯେ, ଆମେ ଖବର ପାଇ ସେମାନଙ୍କ ଗତିବିଧି ଉପରେ ନଜର ରଖିଛୁ | ଉଭୟ ବାଙ୍କୀ ପୋଲିସ ଏବଂ ଖଣି ବିଭାଗର ଉଚ୍ଚ ଅଧିକାରୀଙ୍କ ସହିତ ଯୋଗାଯୋଗ ରଖି ମାଟି ଚୋରା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ | ତାଳବସ୍ତ ରାଜସ୍ୱ ନିରୀକ୍ଷକ ବିଚିତ୍ର କୁମାର ଜେନା କୁହନ୍ତି ଯେ ନିକଟରେ ତହସିଲଦାର ସହିତ ଆମେ ଯାଇ ବହୁତ ଗୁଡିଏ ଚୋରା ବାଲି ବୁଝେଇ ଗାଡି ଉପରେ ଖଣି ବିଭାଗ ସାହାଯ୍ୟଟରେ ଫାଇନ ଭରା ଯାଇଅଛି |ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବ ତହସିଲଦାର ଥିଲାବେଳେ ନିୟମିତ ଏହା ଯାଞ୍ଚ କରାଯାଉଥିଲା | ନାଲି ମାଟି, ମୋରମ ଚୋରିର ବିକ୍ରି ମଧ୍ୟ ବନ୍ଦ ରହିଥିଲା | ତାଳବସ୍ତ ଫାଣ୍ଡିରେ ସିସିଟିଭି ଅକାମି ସହିତ ଅଳ୍ପ କର୍ମଚାରୀ ଥିବାରୁ ଠିକ ଢଙ୍ଗରେ ପେଟ୍ରୋଲିଙ୍ଗ ହୋଇ ପାରୁନାହିଁ |ସ୍ଥାନୀୟ ଅଂଚଳର ଲୋକମାନଙ୍କ ଭିତରେ ପରିବେଶ ସଚେତନଟାର ଧାରଣା କମ ଥିବାରୁ ଏପରି ଅରାଜକତା ବଢ଼ିବାରେ ଲାଗିଛି |

Leave a Reply

Your email address will not be published. Required fields are marked *