ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବଢି ଚାଲିଛି ବାଲି ବୋଝେଇ ଭାରୀଯାନ ଚଳାଚଳ ମନମାନୀ ! ବାଙ୍କୀ ରେ ରାସ୍ତାଘାଟ ଆଇନ କାନୁନ ମାନୁ ନାହାନ୍ତି ହାଇୱା ଚାଳକ ! ଘାଟରୁ ବାଲି ବୋଝେଇ ହୋଇ ରାସ୍ତାକୁ ଆସିବା ପରେ ଆଉ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି ସେମାନେ ! ବାଙ୍କୀ ର ବିଭିନ୍ନ ସ୍ଥାନରେ ବାଲି ବୋଝେଇ ହାଇୱା ଧକାରେ ଘଟିଲାଣି ବହୁ ଅଘଟଣ ! ତେବେ ମାନ୍ଦା ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଘାଟ ମାଲିକ ମାନଙ୍କର ରାଜନୈତିକ ସମ୍ପୃକ୍ତି ଚାଳକ ମାନଙ୍କର ବେପରୱା ଗାଡି ଚାଳନା ର ଏକ ପ୍ରମୁଖ କାରଣ ! ଆଜି ସନ୍ଧ୍ୟାରେ ଗୋଳଗଣ୍ଡ ପଞ୍ଚାୟତ ରଜୀବ ଗ୍ରାମରେ ବାଲି ବୋଝେଇ ହାଇୱା ଧକ୍କାରେ ଏକ ଗଛ ଉପୁଡିଯାଇ ଗମନାଗମନ ବାଧାପ୍ରାପ୍ତ ହୋଇଥିବା ସମୟରେ ବିଦ୍ୟୁତ ତାର ଛିଣ୍ଡି ବିପଦଜନକ ଅବସ୍ଥା ସୃଷ୍ଟି ହୋଇଛି ! ସୂଚନା ଅନୁଯାୟୀ ଅନୁଆରୀ ରେ ଚାଲିଥିବା ବେଆଇନ ବାଲିଘାଟ ରୁ ବାଲି ବୋଝେଇ କରି ଯାଉଥିବା ଏହି ହାଇୱା ଦୁର୍ଘଟଣା ଘଟାଇଥିବା ସମୟରେ ଆଉ ଏକ ହାଇୱା ବାଲି ବୋଝେଇ କରି ଠିଆ ହୋଇ ରହିଛି ! ଟ୍ରିପ ପିଛା ମୋଟା ଅଙ୍କର କମିଶନ ଖାଇ ବେଆଇନ ବାଲି ଚାଲାଣକୁ ସିଗନାଲ ଦେଉଛନ୍ତି ବୈଦେଶ୍ଵର ଆରଆଇ ! ଆଉ ସବୁ ଜାଣି ଚୁପ ଚାପ ବସି ରହିଛି ବାଙ୍କୀ ତହସିଲ ପ୍ରଶାସନ !
ବାଲି ବୋଝେଇ ହାଇୱା ଧକାରେ ଉପୁଡ଼ିଗଲା ଗଛ : ଗମନାଗମନ ବାଧାପ୍ରାପ୍ତ !!!

