ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ ମାନ୍ୟବର ସାଂସଦ, କଟକ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମାନ୍ୟବର ବିଧାୟକ,ଖଣ୍ଡପଡ଼ା ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ, ମାନନୀୟ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଇଂ ଦେବାଶିଷ ପଟ୍ଟନାୟକ, ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ଲଗ୍ନଜିତ ରାଉତ, ଉପାଧ୍ୟକ୍ଷା ଶ୍ରୀମତୀ ବିଷ୍ଣୁପ୍ରିୟା ବେହେରା ପ୍ରମୁଖ ଯୋଗ ଦେଇଥିଲେ l

ପ୍ରାରମ୍ଭରେ ମାନ୍ୟବର ସାଂସଦ ଶ୍ରୀ ମହତାବ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ଏହି ବୈଠକକୁ ସ୍ୱାଗତ କରିବା ସହ ପୂର୍ଵ ବୈଠକରେ ହୋଇଥିବା ବିଭିନ୍ନ କାର୍ଯ୍ୟଗୁଡିକର ସମୀକ୍ଷା କରିଥିଲେ l ପ୍ରଥମେ ମାନ୍ୟବର ସାଂସଦ ପି ଏମ ସୂର୍ଯ୍ୟଘର ଯୋଜନା ଓ ମଡେଲ ସୋଲାର ଗାଁ ସମ୍ବନ୍ଧରେ ଓରେଡା ଅଧିକାରୀ ଓ ଟିପିସିଓଡ଼ିଏଲ ଅଧିକାରୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଏବଂ କେଉଁ ପ୍ରୋଜେକ୍ଟରେ କେତେ କେତେ ଅର୍ଥ ନିବେଶ କରାଯାଇଛି ସେ ବିଷୟରେ ସବିଶେଷ ତଥ୍ୟ ଦେବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l ସେହିପରି ବୃତ୍ତଙ୍ଗ ପ୍ରୋଜେକ୍ଟର ଅଗ୍ରଗତି ଉପରେ ସମ୍ପୃକ୍ତ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ l
ଏହା ପରେ ଗ୍ରାମୀଣ ଜଳ ଓ ପରିମଳ ବିଭାଗର ସମ୍ପୃକ୍ତ ଯନ୍ତ୍ରୀଙ୍କ ସହ ବିଭିନ୍ନ ଜାଗାରେ ଥିବା ପାନୀୟ ଜଳ ସମସ୍ୟା ଉପରେ ଏବଂ ତାର ତୁରନ୍ତ ସମାଧାନ କରିବା ଦିଗରେ ପଦକ୍ଷେପ ନେବା ପାଇଁ ମାନ୍ୟବର ବିଧାୟକ ଶ୍ରୀ ସ୍ୱାଇଁ ନିର୍ଦେଶ ଦେଇଥିଲେ l ଏହାପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଠାରୁ ବିଭିନ୍ନ ଭତ୍ତା ଯୋଜନାରେ କେତେ ହିତାଧିକାରୀ ଅଛନ୍ତି ଏବଂ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କେଉଁ ଭତ୍ତା ଯୋଜନାରେ କେତେ କେତେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ସେ ସମ୍ବନ୍ଧରେ ସମ୍ପୃକ୍ତ ଅଧିକାରୀ ତଥ୍ୟ ରଖିଥିଲେ l
ଏହା ପରେ ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହିତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ବିଭିନ୍ନ ରାସ୍ତା ଗୁଡିକର ନିର୍ମାଣ ତଥା ମରାମତି କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ ଏବଂ ପରେ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣ ଉପରେ ଆଲୋଚନା କରିଥିଲେ l

ଏହା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାରେ କେତେ ପିଲା ଡ୍ରପ ଆଉଟ ଥିଲେ ଏବଂ ସେଥିରୁ କେତେ ପିଲା ମୁଖ୍ୟ ସ୍ରୋତରେ ସାମିଲ ହେଲେଣି ତା ଉପରେ ତଥ୍ୟ ରଖିଥିଲେ ଏବଂ ଅନ୍ୟାନ୍ୟ ଅସୁବିଧା ଗୁଡିକୁ ସମାଧାନ କରିବା ଦିଗରେ ସମସ୍ତେ ଆଲୋଚନା କରିଥିଲେ l ମାନନୀୟା ଜିଲ୍ଲାପାଳ ସମସ୍ତ ବିଡ଼ିଓ ମାନଙ୍କୁ ବିଦ୍ୟାଳୟ ଗୁଡିକର ଥିବା ସମସ୍ତ ଅସମ୍ପୂର୍ଣ କାର୍ଯ୍ୟଗୁଡିକୁ ଯଥାଶୀଘ୍ର ଶେଷ କରିବା ପାଇଁ ନିର୍ଦେଶ ଦେଇଥିଲେ l
ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷା, ଅଧ୍ୟକ୍ଷ, ମେମ୍ବର, ବିଭିନ୍ନ ବିଭାଗର ଯନ୍ତ୍ରୀ, ଵିଡିଓ ଓ ଗଣମାଧ୍ୟମ ର ପ୍ରତିନିଧିମାନେ ଯୋଗ ଦେଇଥିଲେ ।
ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ଲଗ୍ନଜିତ ରାଉତ ଧନ୍ୟବାଦ ପ୍ରଦାନ କରିବା ସହ ସଭା ସାଙ୍ଗ କରାଯାଇଥିଲା l

Leave a Reply

Your email address will not be published. Required fields are marked *